ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବସାଲୋଇ ଗାଁରେ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଦୁଇ ଗୁରୁତର। ସୂଚନା ମୂତାବକ ମଙ୍ଗଳବାର କିଛି ସ୍ଥାନୀୟ ଲୋକ ବାରହା ଶିକାର ପାଇଁ ନେଭାରାପାଳ -ବସାଲୋଇ ରାସ୍ତା ମଝିରେ ବିଦ୍ୟୁତ ତାର ଟାଣି ଥିଲେ । ରାତିରେ ସେହି ରାସ୍ତା ଦେଇ ୩ ଜଣ ବ୍ୟକ୍ତି ବାଇକ୍ ଯୋଗେ ଯାଉଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଭକ୍ତ ନାଏକ ଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ତେବେ ଆହତ ହୋଇଥିବା କିଶୋରୀ ଗଡ଼ନାୟକ ଏବଂ ବାସୁ ଗରିଆଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଖବର ପାଇ ଆଜି ସକାଳୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



