www.samajalive.in
Sunday, December 14, 2025
26.1 C
Bhubaneswar

ଡୁମୁରିଗୁଡାଠାରେ ରୋଜଗାର ଭିତ୍ତିକ ତାଲିମ ଶିବିର

ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଡୁମୁରିଗୁଡା ଗାଁ ବନସୁରକ୍ଷା ସମିତି ସଭା ଗୃହରେ ରୋଜଗାର ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।  ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷାକେନ୍ଦ୍ର ତରଫରୁ ଆୟୋଜିତ ଏହି ତାଲିମ ଶିବିରରେ ସହାୟକ ବନ ସଂରକ୍ଷକ ଶ୍ଵେତାଲିନା ସାହୁ, ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର, ପାହାଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ପଞ୍ଚାନନ ମିଶ୍ର ଯୋଗଦେଇଥିଲେ। ତାଲିମ ଶିବିରରେ ୩୫ ମହିଳା ତାଲିମ ଗ୍ରହଣ କରିଥିବାବେଳେ ବଡି, ପାମ୍ପଡ଼, ଆଚାର, ମସଲା ଭଳି ବିଭିନ୍ନ ଜିନିଷ ପ୍ରସ୍ତୁତ କରି କିଭଳି ଭାବରେ ରୋଜଗାରକ୍ଷମ ହୋଇପାରିବେ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା। ପାହାଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ଦଳପତି  ବିଭୁ ପ୍ରସାଦ ପ୍ରଧାନ, ଗୋଚ୍ଛାପଡା ଦଳପତି ମନୋଜ କୁମାର ସାହୁ, ଦଣ୍ଡପାଣି କହଁର, ଅମୂଲ୍ୟ ପ୍ରଧାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories