ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ଜଙ୍ଗଲରେ ୨୮ ଟିକିଆ ହାତୀପଲ ଡେରା ପକାଇଛନ୍ତି। ୩ ଦିନ ହେଲା ଏହି ହାତୀପଲ ତୋରାଣୀପୋଖରୀ ଧୋବାପିଟଣା, ପୋଇପାଣି ଓ ଭଣ୍ଡାରିପଶି ଆଦି ଗ୍ରାମର ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗତରାତି ଭଣ୍ଡାରିପଶି ଗ୍ରାମର ରଶ୍ମିତା ପାତ୍ରଙ୍କ ଘର ହାତୀପଲ ଭାଙ୍ଗି ଧାନ ଚାଉଳ ଖାଇ ଯାଇଥିବାବେଳେ ହାତୀପଲଙ୍କ ପାଇଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବନପାଳ ପିଅନ ନାଏକ ଓ ପାରା କର୍ମଚାରୀମାନେ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।
Popular Categories



