ଭବାନୀପାଟଣା : ସ୍ଥାନୀୟ ହିଲ ଟାଉନରେ ଥିବା ପ୍ରିନ୍ସି ହଙ୍ଗର ଗେରେଜ ନାମକ ରେଷ୍ଟୁରାଣ୍ଟରେ ଆଜି ଫ୍ରୁଟ କାର୍ଭିଂ ବା ଫଳରେ ଚିତ୍ର ପ୍ରଦର୍ଶନୀ ହେଇଥିଲା। ବେଙ୍ଗାଲୁରୁର ହୋଟେଲ କ୍ଲର୍କ ଇନରେ କାର୍ଯ୍ୟରତ ଓଡ଼ିଆ ପୁଅ ସେଫ ସପନ ନାଏକ ଏଠାରେ ୧୩ ଟି ଚିତ୍ର ପ୍ରଦର୍ଶନୀ କରିଥିଲେ। ସେଥି ମଧ୍ୟରେ ପ୍ରିନ୍ସୀ ହଙ୍ଗର୍ ଗ୍ୟାରେଜ ମାଲିକ ପ୍ରିନ୍ସୀ ଠାକୁରଙ୍କ ସମେତ ରତନ ଟାଟା, ସୁବାସ ଚନ୍ଦ୍ର ବୋଷ, ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଚଳଚ୍ଚିତ୍ର ତାରକା ଅକ୍ଷୟ କୁମାର, ହର ପଟ୍ଟନାୟକ, ବିଜୟ ମହାନ୍ତିଙ୍କ ସମେତ କଳାହାଣ୍ଡିର ପ୍ରଥମ ଇଞ୍ଜିନିୟର ପ୍ରଫେସର ଭୁବନେଶ୍ୱର ବେହେରା ଏବଂ ବିଶିଷ୍ଟ ସାମାଜିକ କର୍ମୀ କିଶନ ପଟ୍ଟନାୟକଙ୍କ ଚିତ୍ର ସ୍ଥାନ ପାଇଥିଲା। ତରଭୁଜ ସମେତ ବିଭିନ୍ନ ଫଳରେ ଚିତ୍ର ଆଙ୍କୁଥିବା ସେଫ ସପନ ନାଏକ “ସମାଜ” ସହିତ ଅନୌପଚାରିକ କଥାବାର୍ତ୍ତା ବେଳେ ସେ କହିଥିଲେ। ଫଳ ଚିତ୍ର ବା ଫ୍ରୁଟ କାର୍ଭିଂ ପ୍ରଦର୍ଶନୀ କଳାହାଣ୍ଡିରେ ଏହି ଧରଣର ପ୍ରଥମ ପ୍ରଦର୍ଶନୀ। ଏଣୁ ଏହା ଦେଖିବାକୁ ପ୍ରିନ୍ସୀ ହଙ୍ଗର୍ ଗ୍ୟାରେଜ ରେଷ୍ଟୁରାଣ୍ଟରେ ଆଜି ସନ୍ଧ୍ୟାରେ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଲାଗିଥିଲା।
Popular Categories



