www.samajalive.in
Monday, December 15, 2025
24.1 C
Bhubaneswar

ଡେଙ୍ଗୁ, ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡରେ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଉନସିଲର ଆଶୁତୋଷ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ ଶୁଭନ୍ଦୁ ସାମଲ ଅତିଥି ଭାବେ ଯୋଗଦେଇ ବର୍ଷା ଋତୁରେ ବ୍ୟାପୁଥିବା ମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ ଆଦି ରୋଗର ପ୍ରତିଷେଧକ ଓ ନିରାକରଣ ତଥା ନିଜ ନିଜର ପରିବେଶ ସଫା ରଖିବା ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ। ୱାର୍ଡ଼ର ୫ଟି ମହିଳା ଆରୋଗ୍ୟ ସମିତି ପକ୍ଷରୁ ଆୟୋଜିତ ସଚେତନତା ଶୋଭାଯାତ୍ରରେ ଆଶାକର୍ମୀ ରୀନା ବାଇ, ଅଙ୍ଗନବାଡି କର୍ମୀ ଲେପାମୁଦ୍ରା ମଲ୍ଲିକ, ଦୀପିକା ଭୁୟାଁ, ସ୍ୱର୍ଣ୍ଣଲତା ଦାସ, ପୁଷ୍ପଲତା ମନ୍ତ୍ରୀ, ଅପର୍ଣ୍ଣାରାଣୀ ବେହେରା, ସୁଶିଳା ପଟ୍ଟନାୟକ, ଅର୍ଚ୍ଚନା ବିଶ୍ୱାସ, ପୁଷ୍ପଲତା ରଉାତ, ଜାନକୀ ନାୟକ, ପ୍ରଭାତୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ୱାର୍ଡ଼ର ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରି ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଉପରେ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ। ୱାର୍ଡ଼ ଅଫିସର ରଶ୍ମିରଞ୍ଜନ ଦାସ ଓ ବିଭୁ କଲ୍ୟାଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଲୋକମାନଙ୍କୁ ଓଆରଏସ୍ ପୁଡ଼ିଆ ବଣ୍ଟନ କରାଯାଇଥିଲା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories