www.samajalive.in
Monday, December 15, 2025
16.1 C
Bhubaneswar

କଲେଜ ସମ୍ମୁଖରେ ଗଳାପୋଲ ନିର୍ମାଣ ଦାବି

ଚୌଦ୍ୱାର : ବିଗତ ୫ବର୍ଷ ଧରି ୫୫ନଂ ଜାତୀୟ ରାଜପଥର ମଙ୍ଗୁଳି ଠାରୁ ଧୁମାବତୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି । ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଗାଡ଼ି ମଟର ଚଳାଚଳରେ ବ୍ୟାପକ ବାଧା ସୃଷ୍ଠି ହେବା ସହିତ ଯାତାୟତରେ ଘୋର ଅସୁବିଧା ସୃଷ୍ଠି ହେଉଛି । ଠିକାସଂସ୍ଥା ଚୌଦ୍ୱାର କଳିଙ୍ଗ ଛକ ଠାରୁ ଚୌଦ୍ୱାର କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବାବେଳେ ରାଜରାସ୍ତାର ଉଭୟ ପାଶ୍ୱର୍ର ବିଭିନ୍ନ ସ୍ଥାନକୁ ଖୋଳି ମୁଖ୍ୟରାସ୍ତାକୁ ଅବରୋଧ କରି ଦେଇଛି । କଳିଙ୍ଗ ଛକ ପେଟ୍ରେଲ ପମ୍ପ ସମ୍ମୁଖରେ ଗଳା ପୋଲର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବ୍ୟସ୍ତବହୁଳ ଚୌଦ୍ୱାର କଲେଜ ରାସ୍ତାରେ ଯାତାୟତ ବିପଦ ସଂକୁଳ ହୋଇପଡିିଛି । ଭାରିଯାନ ଗୁଡିକ ମୁଖ୍ୟ ରାସ୍ତା ଛାଡି ସର୍ଭିସ ରୋଡରେ ଯାତାୟତ କରୁଥିବାରୁ ଛୋଟ ଯାନ, ଦୁଇଚକିଆ ତଥା ପଥଚାରୀଙ୍କ ପ୍ରତି ବିପଦ ସୃଷ୍ଠି କରିଛି। ରାଜପଥ କଡକୁ ଲାଗିଥିବା ଚୌଦ୍ୱାର କଲେଜର ୨ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପ୍ରତିଦିନ ଏହି ରାସ୍ତାରେ ଯାତାୟତ କରୁଥିବାରୁ ରାସ୍ତାରେ କୌଣସିି ସମୟରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। ଏଥି ସହିତ ଏହି ସ୍ଥାନଟି ପୌରପାଳିକାର ୧୭ ଓ ୧୮ନଂ ୱାର୍ଡର ମୁଖ୍ୟ ପ୍ରବେଶ ପଥ ହୋଇଥିବାରୁ ଏହି ରାସ୍ତାରେ ସର୍ବଦା ଯାତାୟତ କରୁଥିବା ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି। ତୁରନ୍ତ ଉକ୍ତ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ସହିତ କଲେଜ ସମ୍ମୁଖରେ ଏକ ଅଣ୍ଡରପାସ୍ ନିର୍ମାଣ କରାଯିବା ପାଇଁ ଛାତ୍ରନେତା ଭରତ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର ଦାବି କରଛନ୍ତି । ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ, କଲେଜ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଦେବତା, ବିଜେଡି କାର୍ଯ୍ୟକାରୀ ସଭାପତି ବିମଲ କୁମାର ବେଉରା ପ୍ରମୁଖ ସୋମବାରଦିନ ଠିକାସଂସ୍ଥାର ଅଧିକାରୀ ଶିବ ପ୍ରସାଦ ପଣ୍ଡାଙ୍କୁ ଘଟଣାସ୍ଥଳକୁ ଡକାଇ ଏସମ୍ପର୍କ ଆଲୋଚନା କରି କଲେଜ ସମ୍ମୁଖରେ ଏକ ଗଳାପୋଲ ନିର୍ମାଣ କରିବାପାଇଁ ଦାବି କରିଥିଲେ। ଗଳାପୋଲ ନିର୍ମାଣରେ ବିଳମ୍ବ ହେବା ପ୍ରକାଶ କରି କଲେଜର ଉଭୟ ପଟରେ ୨ଟି ପାଦଚଲା ଓଭର ବ୍ରିଜ୍ ନିର୍ମାଣ କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରତିଶୃତି ଦେଇଥିବା ଜଣାପଡିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories