ଗୋ-ବିକାଶ କେନ୍ଦ୍ର ଅଧିକାରୀଙ୍କ ଆତ୍ମନିଯୁକ୍ତି ଦାବି, ସରକାର ଦାବି ପୂରଣ ପାଇଁ ଦୃଷ୍ଟି ନଦେଲେ ଆତ୍ମହୁତି ଚେତାବନୀ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇବା ପାଇଁ ଓୟୁଏଟିସ୍ଥିତ ଓଡ଼ିଶା ପାଣି ସମ୍ପଦ ବିକାଶ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ । ଓଡ଼ିଶାରେ ଥିବା ୩୦୦ ଗୋ-ବିକାଶ କେନ୍ଦ୍ର ଅଧିକାରୀମାନେ ପୂର୍ବରୁ ଭାରତୀୟ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଫାଉଣ୍ଡେସନ ଅଧୀନରେ କାର୍ଯ୍ୟ କରୁଥିଲେ । ଏହି ଫାଉଣ୍ଡେସନର କର୍ମଚାରୀଙ୍କ ପ୍ରତି ମନୋମୁଖୀ ବ୍ୟବହାର ଏବଂ କମ୍ ଦରମା ଯୋଗୁଁ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ କମ୍ ଦରମାରେ ଆଉ ସେଠାରେ କାର୍ଯ୍ୟ କରିବେ ନାହିଁ ବୋଲି ସରକାରଙ୍କୁ ଜଣାଇଥିଲେ । ସେହି ସମୟରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ବେସରକାରୀ ଭାବେ କୃତିମ ପ୍ରଜନନକାରୀ ଓ ଜାତୀୟ ପଶୁ ରୋଗ ପ୍ରତିଷେଧ ଟୀକା କାର୍ଯ୍ୟକ୍ରମରେ ଆତ୍ମ ନିଯୁକ୍ତି ପାଇଁ ଚିଠି ପ୍ରକାଶ କରିଥିଲେ । ଗୋବିକାଶ କେନ୍ଦ୍ରର ଅଧିକାରୀମାନେ ଓଡ଼ିଶା ପଶୁ ସମ୍ପଦ ବିକାଶ ସମିତିର ଅଧିକାରୀଙ୍କୁ ୨୨.୯.୨୦୨୧ରେ ପତ୍ର ସଂଖ୍ୟା ୧୭୪୫/୧୬ ଆଧାରରେ ଆତ୍ମ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ ଏବଂ କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କର ମତାମତ ନେଇ ଚୁପ୍ ବସି ଯାଇଥିଲେ ।

 

prayash

ପୁନର୍ବାର ଗୋବିକାଶ କେନ୍ଦ୍ର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇଁ ୨୯.୧୧.୨୦୨୧ରେ ସରକାରଙ୍କୁ ଦ୍ୱିତୀୟଥର ପାଇଁ ଚିଠି ଦେଇଥିଲେ । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଏପରିକି କୋଭିଡ଼ ସମୟରେ ଗୋବିକାଶ କେନ୍ଦ୍ର ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳରେ ସରକାର ଗୋ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ୱ ଦେଇଥିଲେ ସେଥିଲାଗି କୌଣସି ପ୍ରାପ୍ୟ ପ୍ରଦାନ କରିନାହାଁନ୍ତି । ଏଣୁ ଦୀର୍ଘ ୪ ମାସ ଘରେ ବେକାର ବସିବା ପରେ ମଧ୍ୟ ଏବଂ ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକି ଚରଲିଥିବାରୁ ବକେୟା ପାଉଣା ଦେଇନଥିବାରୁ ଗୋସମ୍ପଦ ବିକାଶ ସମିତି କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣା ଦେବା ଦେଇଥିଲେ । ଯଦି ସରକାର ଆମର ଦାବି ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ବାଧ୍ୟ ହୋଇ ସବୁ ଅଧିକାରୀମାନେ ଆତ୍ମହୁତି ଦେବୁ ବୋଲି ସଂଘର ସଭାପତି ସୌମେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

kalyan agarbati

Comments are closed.