ଦିଲ୍ଲରେ ଝଡ଼ ତୋଫାନ ଓ ବର୍ଷା, ବିମାନ ଚଳାଚଳ ବାତିଲ୍‌

0

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‌ସିଆରରେ ରବିବାର ଅପରାହ୍ନରୁ ଝଡ଼ ତୋଫାନ ସହ ପ୍ରବଳ ମାତ୍ରାରେ ବର୍ଷା ଆରମ୍ଭ ହୋଇଛି। ଅପରାହ୍ନ ପ୍ରାୟ ୪ଟା ବେଳେ ହଠାତ୍‌ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡ଼ା ଏବଂ ଫରିଦାବାଦ୍‌ରେ ପାଣିପାଗ ପରିବର୍ତ୍ତନ ଘଟି ଧୂଳି ଝଡ଼ ହୋଇଥିଲା । ଏହାପରଠାରୁ ପବନ ସହ ବର୍ଷା ଲାଗି ରହିଛି । ହଠାତ୍‌ ପାଣିପାଗରେ ପରିବର୍ତ୍ତନ ସହ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି। ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ ବାତିଲ୍‌ କରିଦିଆଯାଇଛି। ଦିଲ୍ଲୀ ଅଭିମୁଖେ ଆସୁଥିବା ପ୍ରାୟ ୧୦ଟି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଥିବାବେଳେ ଅନ୍ୟ ବିମାନ ବନ୍ଦରରେ ଅବତରଣ କରାଯାଇଛି । ନୋଏଡ଼ା-ଦ୍ୱାରକା ବ୍ଲୁ୍ୟ ଲାଇନ ମେଟ୍ରୋ ଟ୍ରେନ୍‌ ଚଳାଚଳକୁ ବାତିଲ କରିଦିଆଯାଇଛି । ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ଫରିଦାବାର କେତେକ ସ୍ଥାନରେ ଗଛ ଉପୁଡ଼ିପଡ଼ିଥିବା ଜଣାପଡିଛି ।

Leave A Reply