www.samajalive.in
Tuesday, December 9, 2025
15.1 C
Bhubaneswar

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ଲାଲୁ ଓ ତାଙ୍କ ପରିବାରକୁ ଜାମିନ୍‌

ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍‌ଡ଼ୀ ଦେବୀ, ପୁଅ ତେଜସ୍ବୀ ଯାଦବ ଓ ଝିଅ ମୀସା ଭାରତୀଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ଦିଲ୍ଲୀର ରାଉଜ ଆଭେନ୍ୟୁ ଅଦାଲତ ଏହି ମାମଲାର ଶୁଣାଣି କରି ଲାଲୁ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଜୁଲାଇ ୩ ତାରିଖରେ ଲାଲୁ ଯାଦବ ଓ ଅନ୍ୟମାନଙ୍କ ନାଁରେ ସାନି ଚାର୍ଜସିଟ୍‌ ଫାଇଲ୍‌ କରିଥିଲା। ଏଥିରେ ଉଲ୍ଲେଖ ରହିଛି ଯେ, ରେଳବାଇର ନୀତିନିୟମ, ମାର୍ଗଦର୍ଶିକା ଓ ପ୍ରକ୍ରିୟା ଉଲ୍ଲଂଘନ କରାଯାଇ କେନ୍ଦ୍ରୀୟ ରେଳବାଇରେ ପ୍ରାର୍ଥୀମାନଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନଯୋଗ୍ୟ, ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବ‌େଳେ ଏହି ଦୁର୍ନୀତି ହୋଇଥିଲା। ମଧ୍ୟପ୍ରଦେଶର ଜବଲପୁରସ୍ଥିତ ରେଳବାଇର ପଶ୍ଚିମ ସେଣ୍ଟ୍ରାଲ୍ ଜୋନ୍‌ରେ ଗ୍ରୁପ୍-ଡି ନିଯୁକ୍ତିରେ ଦୁର୍ନୀତି ହୋଇଥିଲା। ଭାରତୀୟ ରେଳବାଇରେ ନିଯୁକ୍ତି ପାଇବା ପାଇଁ ଲାଲୁ ଯାଦବଙ୍କ ପରିବାର ଲୋକଙ୍କ ନାଁରେ ଜମି ଟ୍ରାନ୍ସଫର୍‌ କରାଯାଇଥିବା ଅଭିଯୋଗ ଆଧାରରେ ମାମଲା ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories