www.samajalive.in
Monday, December 15, 2025
24.1 C
Bhubaneswar

ସ୍ଥିତି ଗମ୍ଭୀର: ଘରେ ରହି କାମ କରିବେ ୫୦ ପ୍ରତିଶତ କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି, ଏବଂ ନୋଏଡାର AQI ମଧ୍ୟ ୪୦୦ ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଘରୁ କାମ କରିବାକୁ ନିର୍ଦେଶ ଦିଆଯାଇଛି। ବେସରକାରୀ ଅଫିସ ମାନଙ୍କରେ ୫୦ ପ୍ରତିଶତ ଘରେ ରହି କାମ କରିବା ଲାଗି ନିର୍ଦେଶ ରହିଛି। ଲଗାତାର ୯ମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ କଟକଣା ଜାରି କରାଯାଇଛି। କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM) ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ନିର୍ଦେଶ ରହିଛି।

ସେପଟେ ଏମ୍ସ ଏକ ପୃଥକ ପରାମର୍ଶ ଜାରି କରିଛି, ଏବଂ ଦିଲ୍ଲୀରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିବାକୁ ଆହ୍ୱାନ ଆରମ୍ଭ ହୋଇଛି, କାରଣ ଦିଲ୍ଲୀର ବିଷାକ୍ତ ବାୟୁ ଶ୍ୱାସକ୍ରିୟା ସମସ୍ୟା ଏବଂ ହୃଦରୋଗ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିପଦକୁ ବୃଦ୍ଧି କରିପାରେ। ଏହି ବାୟୁ ବିଶେଷ କରି ପିଲା, ବୃଦ୍ଧ ଏବଂ ଶ୍ୱାସରୋଗ ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories