www.samajalive.in
Monday, December 15, 2025
24.1 C
Bhubaneswar

ସାମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ଗ୍ରାମବାସୀଙ୍କୁ ସତର୍କ ସୂଚନା

ପାତ୍ରପୁର: ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ନୁଆଗଡ ଠାରେ ଥିବା ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପକ୍ଷରୁ ବାହୁଦା ନଦୀ କୂଳରେ ଅବସ୍ଥିତ ଥିବା ଗାଁ ଗୁଡିକରେ ଜନ ସାଧାରଣ ଙ୍କୁ ସତର୍କ ସୂଚନା ଜାରି ହୋଇଛି। ବାଘଲଟି ମଧ୍ୟମ ଜଳସେଚନ ୧୧୦ ମିଟର ଉଚ୍ଚତା ନିର୍ମାଣ ହୋଇ ଥିବା ବେଳେ ସର୍ବୋଚ୍ଚ ୧୦୬ ମିଟର ଜଳ ଗଛିତ ରଖିବା ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଭଲ ବର୍ଷା ହେବା ଫଳରେ ଦୁଇ ବର୍ଷ ପରେ ଜଳଭଣ୍ଡାର ପୂର୍ଣ୍ଣ ହେବା ପରେ ରବି ଋତୁରେ ପୁଣି ଚାଷ କରିବା ନିମନ୍ତେ ଚାଷୀ ସଜବାଜ ହେଉଛନ୍ତି ।

ଏବେ ଜଳଭଣ୍ଡାର ରେ ୧୦୫. ୨୦ ମିଟର ଜଳସ୍ତର ପହଞ୍ଚିଛି । ଯାହାକି ଜଳଧାରଣ କ୍ଷମତା ର ଶତକଡା ୯୩.୨୨ ପ୍ରତିଶତ ରେ ପହଞ୍ଚିଛି । ସମ୍ଭ୍ୟାବ୍ୟ ବର୍ଷା ଆଶଙ୍କା କୁ ଦେଖି ଉଚ୍ଚ କତ୍ର୍ୟୁପକ୍ଷ ଙ୍କ ନିଷ୍ପତି ପରେ ଜଳ ର ସଠିକ୍ ପରିଚାଳନା  ନିମନ୍ତେ ଯେକୋୖଣସି ମୁହୁର୍ତ୍ତରେ ପାଣି ନଦୀକୁ ଛାଡିବାକୁ ସ୍ଥିର ହୋଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ତେଣୁ ବାହୁଦା ନଦୀ କୂଳରେ ରହିଥିବା ସମସ୍ତ ଗ୍ରାମର ଲୋକମାନଙ୍କୁ  ବାଘଲଟି ଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

- Advertisement -

ସେମାନେ ଏଥିପ୍ରତି ସତର୍କ ରହିବା ସହ ସେମାନଙ୍କ ଗୃହ ପାଳିତ ପଶୁ ମାନଙ୍କୁ ନଦୀ ଗର୍ଭକୁ ଛାଡିବେ ନାହିଁ । ଏ ନେଇ ଅଞ୍ଚଳର ଲୋକ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ  ଅବଗତ କରାଯାଉଛି। ଜନସାଧାରଣ ଏଥିଲାଗି ସହଯୋଗ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ଯଦି ଏହି ନିର୍ଦ୍ଦେଶ କୁ ଅବମାନନା କରି କୈାଣସି ଧନ ଜୀବନ କ୍ଷତି ଘଟେ, ତାହେଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି  ଶ୍ରୀ ସାହୁ  ସୁଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories