ମୃତ୍ୟୁଦଣ୍ଡ ବଦଳରେ ଜେଲଦଣ୍ଡ, ଆସନ୍ତୁ ଜାଣିବା କେମିତି ଥିଲା ପ୍ରକ୍ରିୟା

ଡେସ୍କ: ଗତ ବର୍ଷ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡକୁ ଗୁରୁବାର ଦିନ କତାର କୋର୍ଟ ଶୁଣାଣି କରିବା ପରେ ଏହାକୁ ଜେଲ ଦଣ୍ଡକୁ ହ୍ରାସ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଦାହରା ଗ୍ଲୋବାଲ ମାମଲାରେ କାତାର ଅପିଲ କୋର୍ଟ ରାୟରେ ଦଣ୍ଡ ହ୍ରାସ କରାଯାଇଥିବା ଜଣାପଡିଛି। ମନ୍ତ୍ରାଳୟ କହିଛି ଯେ ଏହି ମାମଲାର ବିସ୍ତୃତ ବିଚାରକୁ ଅପେକ୍ଷା କରାଯାଇଛି। ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେବାକୁ ଆମେ ଆଇନ ଦଳ ତଥା ପରିବାର ସଦସ୍ୟଙ୍କ ସହ ଘନିଷ୍ଠ ସମ୍ପର୍କରେ ରହିଛୁ ବୋଲି ମନ୍ତ୍ରାଳୟର ଅଧିକାରୀ କହିଛନ୍ତି। ଆଜି କତାରରେ ଭାରତର ରାଷ୍ଟ୍ରଦୂତ ତଥା ଅନ୍ୟ ଅଧିକାରୀମାନେ କୋର୍ଟରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ମାମାଲାରେ ସମସ୍ତ ଆଇନଗତ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟର ଅଧିକାରୀ କହିଛନ୍ତି।

ଏହି ଆଠ ଜଣ ଭାରତୀୟ ନୌସେନା ଅଧିକାରୀ ୨୦୨୨ ଅକ୍ଟୋବରରୁ କତାରରେ କାରାଗାରରେ ରହିଛନ୍ତି ଏବଂ ଏକ କାର୍ଯ୍ୟକ୍ରମରେ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି। ସେମାନେ ଇସ୍ରାଏଲକୁ କତାର ନୌସେନା ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇଥିବା କତାର ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବାର ସଠିକ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବେ ସାର୍ବଜନୀନ ହୋଇନାହିଁ।

ଏହି ଗୁପ୍ତଚରି ସମ୍ପର୍କିତ ମୃତ୍ୟୁଦଣ୍ଡ ମାମଲାରେ କତାର କୋର୍ଟରେ ଦୁଇଟି ଶୁଣାଣି ହୋଇଛି। ପରିବାର ସହ ବିଦେଶ ମନ୍ତ୍ରାଳୟ ଏକ ଅପିଲ ଦାଖଲ କରିଥିବା ବେଳେ ୮ ଜଣ ବନ୍ଦୀଙ୍କ ପକ୍ଷରୁ ଚୂଡ଼ାନ୍ତ ଆବେଦନ କରାଯାଇଥିଲା। ଏହା ପରେ ଦୁଇଟି ଶୁଣାଣି ଅନୁଷ୍ଠିତ ହୋଇଥିଲା। ଗୋଟିଏ ନଭେମ୍ବର ୨୩ରେ ଏବଂ ଅନ୍ୟଟି ନଭେମ୍ବର ୩୦ରେ ହୋଇଥିଲା। ସେତେବେଳେ ବୈଦେଶିକ ସଚିବ ଅରିନ୍ଦମ ବାଗଚି କହିଥିଲେ ଯେ ପରବର୍ତ୍ତୀ ଶୁଣାଣି ଖୁବ ଶୀଘ୍ର ହେବ ଯାହା ଆଜି କତାର କୋର୍ଟରେ ହୋଇଛି।

ଭାରତ ଆଶ୍ବସ୍ତ; ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ କୋହଳ

ପ୍ରଥମେ କତାରର କୋର୍ଟ ଅଫ ଫାଷ୍ଟ ଇନଷ୍ଟାନ୍ସ ସମ୍ପୃକ୍ତ ୮ ନୌସେନା ଅଧିକାରୀଙ୍କ ଚଳିତ ବର୍ଷ ଅକ୍ଟୋବର ୨୬ରେ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ।

ସେହି ୮ ଜଣ ନୌସେନା ଅଧିକାରୀ ହେଉଛନ୍ତି କ୍ୟାପଟେନ ନଭତେଜ ସିଂ ଗିଲ, କ୍ୟାପଟେନ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଳ, କମାଣ୍ଡର ପୁର୍ନେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପାକଲା, କମାଣ୍ଡର ସଂଜୀବ ଗୁପ୍ତା ଓ ନାବିକ ରାଗେଶ।

୨୦୨୨ ଅଗଷ୍ଟ: ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଗିରଫ କଲେ କତାର ଅଧିକାରୀ
୨୦୨୨ ସେପ୍ଟେମ୍ବର: ଗିରଫ ନୌସେନା ଅଧିକାରୀଙ୍କ ଆବେଦନ ଖାରଜ, ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ ପାଇଁ ଅନୁମତି ପ୍ରଦାନ
୨୦୨୩ ମାର୍ଚ୍ଚ: କତାର କୋର୍ଟରେ ପ୍ରଥମ ଶୁଣାଣି
୨୦୨୩ ଜୁନ: କତାର କୋର୍ଟରେ ଦ୍ଵିତୀୟ ଶୁଣାଣି
୨୦୨୩ ଅକ୍ଟୋବର: ଗିରଫ ନୌସେନା ଅଧିକାରୀଙ୍କୁ କତାର କୋର୍ଟରେ ସାକ୍ଷାତ କଲେ ଭାରତୀୟ ରାଷ୍ଟ୍ରଦୂତ, ସପ୍ତମ ଶୁଣାଣି ଅନୁଷ୍ଠିତ, ମୃତ୍ୟୁଦଣ୍ଡ ନିର୍ଦ୍ଦେଶ
୨୦୨୩ ଡିସେମ୍ବର: ମୃତ୍ୟୁଦଣ୍ଡ କୋହଳ, ଜେଲଦଣ୍ଡରେ ପରିବର୍ତ୍ତନ

Comments are closed.