ବିଜୁବାବୁଙ୍କ ତିରୋଧାନ ଦିବସ; ବିଜେଡିରେ ସାମିଲ ହେଲେ ଲାଞ୍ଜି ବିକାଶ ପରିଷଦର ୮ଜଣ ସଦସ୍ୟ

ଲାଞ୍ଜିଗଡ: ସାରା ଓଡ଼ିଶାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ଏହି ପରିପ୍ରେକ୍ଷିରେ ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁରଠାରେ ମଧ୍ୟ ଏହି ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରୁ ସମସ୍ତ ଜନ ପ୍ରତିନିଧି ଯୋଗଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ବିଜୁବାବୁଙ୍କୁ ଅନୁସରଣ କରି ଆମେ ସମସ୍ତେ ଏକଜୁଟ ହୋଇ ଅଞ୍ଚଳର ବିକାଶଧାରାକୁ ଆଗେଇବା ବୋଲି ପ୍ରକାଶ କରିଥିବା ବେଳେ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଶ୍ୱନାଥପୁର ଡାକ୍ତରଖାନାଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୪୪ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ଆଗାମୀ ଦିନରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଥିଲା।

ଏହି ତିରୋଧାନ ଦିବସ ଅବସରରେ ଲାଞ୍ଜି ପଞ୍ଚାୟତ(ମୁଷାନାଳ) ବିକାଶ ପରିଷଦର ୮ଜଣ ସଦସ୍ୟ ସମିତିସଭ୍ୟ ବେଣୁଧର ବାଗ, ମନିସ ମିଶ୍ର, ଧନେଶ୍ୱର ପାତ୍ର, ଜଗତ ପାତ୍ର, ବିରସା ହରିଜନ, ପ୍ରଫୁଲ୍ଲ କୁମାର ବାଗ, ପିଣ୍ଟୁ ଛର୍ତିଆ, ଧମେନ୍ଦ୍ର ପଣ୍ଡା ବିଜେଡିରେ ସାମିଲ ହୋଇଛନ୍ତି। ଏହି ତିରୋଧାନ ଦିବସ ସମାରୋହରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ଲାଞ୍ଜିଗଡ ବ୍ଲକ ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ, ଜଗଦିଶ ବେନିଆ, ଜିଲ୍ଲାପରିଷଦ ସଭ୍ୟ ପରକ୍ଷିତ ନାଏକ, ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଉପାଧ୍ୟକ୍ଷା ଜୟନ୍ତି ମାଝୀ, ଜିଲ୍ଲାପରିଷଦ ସଭ୍ୟା ପ୍ରମିଳା ମାଝୀ, ଭବାନୀପାଟଣା ଜିଲ୍ଲାପରିଷଦ ସଭ୍ୟା ପୁଷ୍ପଲତା ନାଏକ, ଜୟପାଟଣା ଜିଲ୍ଲାପରିଷଦ ସଭ୍ୟ ଦେବ ପୁଝାରୀ, ମାଲଗାଁ ସରପଞ୍ଚ ବିଷ୍ଣୁପ୍ରିୟା ଦୁର୍ଗା, ଚନ୍ଦ୍ର ପେସନିଆ, ମନହର ହରପାଲ, ଅଜିତ କୁମାର ପ୍ରଧାନ, ଆଶୁତୋଷ ପୁରୋହିତ, ଅଶୋକ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତିଙ୍କ ସଭାପତିତ୍ୱରେ ଏହି ଶ୍ରାଦ୍ଧଦିବସ ପାଳିତ ହୋଇଥିବା ବେଳେ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ।

Comments are closed.