www.samajalive.in
Tuesday, December 9, 2025
23.1 C
Bhubaneswar

ଆମ୍ବୁଲାନ୍ସ ନ ମିଳିବାରୁ ବାଇକରେ ବୁହାହେଲା ମୃତଦେହ

ମୋହନା : ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନ ମିଳିବା କାରଣରୁ ବାଇକରେ ବୁହାହେଲା ମୃତଦେହ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଯେପରି ଏକ ଅଭାବନୀୟ ଘଟଣା ଘଟିଛି ତାହା ସରକାରଙ୍କ ଯୋଜନ ସବୁ ଲୋକ ଦେଖାଣିଆଁ । ଗଜପତି ଜିଲ୍ଲାରେ ପହଞ୍ଚିପାରୁନି ପ୍ରଶାସନର ଉଦାରତା । କିଛି ବର୍ଷ ପୂର୍ବରୁ କଳାହାଣ୍ଡିର ଦାନ ମାଝି ନିଜ ପତ୍ନୀଙ୍କ ମୃତ ଶରୀର ବୋହି ରାସ୍ତାରେ ଚାଲି ଚାଲି ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ତାହା ପୁଣି ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ମହାପ୍ରୟାଣ ନମିଳିବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ମେଡିକାଲରୁ ନିଜଗ୍ରାମ ନୂଆଗଡକୁ ପୁଅ ନେଉଥିବା ଦେଖିବାକୁ ମିଳିଛି ।

ସୂଚନା ପ୍ରକାରେ, ନୂଆଁଗଡ଼ ଗ୍ରାମର ବେବ୍ରତା ବୟସ (୬୫) ବୁଧବାର ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ ନୂଆଁଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ। ତେବେ ସେଠାରେ ତାଙ୍କର ଶାରୀରିକ ଅବସ୍ଥା ଜଟିଳ ଥିବା ହେତୁ ଡାକ୍ତର ତାଙ୍କୁ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ପରାମର୍ଶ ଦେଇଥିଲେ। ତେବେ ଖଜୁରୀପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମୃତ ବ୍ୟକ୍ତିଙ୍କୁ ନିଜ ଗ୍ରାମକୁ ନେବାଲାଗି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଯୋଗାଇ ଦେବାଲାଗି ନିବେଦନ କରିବାପରେ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ /ମହାପ୍ରୟାଣ ନଥିବା କହି ମନା କରିଦେବାରୁ ପୁଅ ମୃତ ଶରୀର ବାଇକରେ ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ଗ୍ରାମ ନୂଆଁଗଡକୁ ନେଉଥିବା ଦେଖିବାକୁ ମିଳିଥିଲା। ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ବାସିନ୍ଦା ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି କାର୍ୟ୍ୟକୁ ଦେଖି ଦୃଢ଼ ନିନ୍ଦା କରିଛନ୍ତି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories