nua o banner

ଗ୍ୟାସ ଟାଙ୍କି ଫାଟି ୨ ମୃତ

BJD Bijuli 480×75 Mob

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ମହାକାଳପଡ଼ା ଜମ୍ବୁ ମେରାଇନ ଥାନା ଖରିନାସିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଖରିନାସିରେ ଥିବା ଏକ କ୍ୱାର୍ଟର୍ସରେ ରୋଷେଇ କରିବା ସମୟର ଗ୍ୟାସ ଟାଙ୍କି ଫାଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୨ ଜଣ ଜମ୍ବୁ ମେରାଇନ ଥାନା ଅଧୀନରେ ଖରିନାସିରେ କାମ କରୁଥିଲେ। ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଛତ୍ରପୁର ସୁଶାନ୍ତ ସାହୁ ଓ ଅନ୍ୟ ଜଣେ ନୟାଗଡ଼ ଅଞ୍ଚଳର ପ୍ରକାଶ ସାମନ୍ତରାୟ ବୋଲି ଜଣାପଡ଼ିଛି। ଉଭୟେ ନାଭାଲରୁ ଅବସର ପରେ ଥାନାରେ ଅସ୍ଥାୟୀ କାମ କରୁଥିଲେ। କେଉଁ କାରଣରୁ ଏଭଳି ଅଘଟଣ ଘଟିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.