ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦ୍ବିତୀୟ ମ୍ୟାଚ୍ ଚେନ୍ନଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୯ରନ୍ ସଂଗ୍ରହ କରିଛି। ଚେନ୍ନଇ ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ୫୮ ରନ, ଅମ୍ବତି ରାୟୁଡୁ ୪୫ ରନ ଏବଂ ଜାଡେଜା ୩୩ ରନ୍ କରିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅନରିଚ ନୋତର୍ଜେ ୨ଟି ଓ୍ଵିକେଟ୍ ନେଇଥିବାବେଳେ ତୁଷାର ଦେଶପାଣ୍ଡେ ଓ କାଗିସୋ ରାବଡା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।



