www.samajalive.in
Sunday, December 7, 2025
14.1 C
Bhubaneswar

ରାଜସ୍ଥାନ ରୟାଲ୍‌ସକୁ ୧୩ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍‌ସ

ଦୁବାଇ : ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ତା’ର ଉଭୟ ମ୍ୟାଚ୍ ଜିତିପାରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ବୁଧବାରର ମ୍ୟାଚ୍‌ରେ ୧୩ ରନ୍‌ରେ ରାଜସ୍ଥାନକୁ ଦିଲ୍ଲୀ ପରାସ୍ତ କରିଛି। ଶିଖର ଧାୱନ୍ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳ​ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୭ ୱିକେଟ ହରାଇ ୧୬୧ ରନ୍ କରିଥିଲା। ପରେ ରାଜସ୍ଥାନର କୌଣସି ବ୍ୟାଟ୍‌ସମ୍ୟାନ୍ ବଡ଼ ଇନିଂସ ନ ଖେଳିବାରୁ ଏହା ୮ ୱିକେଟ ହରାଇ ୧୪୮ ରନ୍ କରି ପାରିଥିଲା। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡ ମୁକାବିଲାରେ ମଧ୍ୟ ଦିଲ୍ଲୀ ଜିତିଥିଲା। ଏହାକୁ ମିଶାଇ ୮ମ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ୧୨ ପଏଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ୍‌ସ ଟେବୁଲ ଶୀର୍ଷକୁ ଉଠିଛି। ରାଜସ୍ଥାନ ୮ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗି ପୂର୍ବପରି ୭ମ ସ୍ଥାନରେ ରହିଛି।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ବ୍ୟାଟିଂ କରିଥିଲା। ବିପର୍ଯ୍ୟୟ ସହ ଦିଲ୍ଲୀ ଇନିଂସ ଆରମ୍ଭ କରିଥିଲା। ୧୦ ରନ୍‌ରେ ୨ଟି ୱିକେଟ ପଡ଼ିଥିଲା। ମ୍ୟାଚ୍‌ର ପ୍ରଥମ ବଲ୍‌ରେ ପୃଥ୍ବୀ ସ’ ବୋଲ୍‌ଡ ହୋଇଥିଲେ। ଅଜିଙ୍କ୍ୟ ରାହାଣେ ୨ ରନ୍‌କରି ଆଉଟ ହୋଇଥିଲେ। ୬ ଓଭରର ପାୱରପ୍ଲେରେ ଦିଲ୍ଲୀ ୪୭ ରନ୍ କରିଥିଲା। ଶିଖର ଧାୱନ ଓ ଅଧିନାୟକ ଶ୍ରେୟାସ ଆୟର ଭଲ ବ୍ୟାଟିଂ କରିଥିଲେ। ୩୦ ବଲ୍‌ରେ ଧାୱନ ଅର୍ଦ୍ଧଶତକ ପୂରଣ କରିଥିଲେ। ୯ ଓଭରରେ ୮୫ ରନ୍‌ର ଭାଗିଦାରୀ ପରେ ବାମହାତି ଧାୱନ ୩୩ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୭ ରନ୍‌କରି ଆଉଟ ହୋଇଥିଲେ। ଆୟର ୪୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୫୩ ରନ୍ କରିଥିଲେ। ଦ୍ରୁତ ରନ୍ ସ୍କୋର୍ କରିବାରେ ବିଫଳ ହୋଇଥିବା ମାର୍କସ ଷ୍ଟୋଇନିସ୍ ୧୯ ବଲ୍‌ରୁ ୧୮ ରନ୍‌ କରିଥିଲେ। ଆଲେକ୍ସ କ୍ୟାରି ୧୪ ରନ୍ କରିଥିଲେ। ଶେଷ ୩ ଓଭରରୁ ଦିଲ୍ଲୀ ମାତ୍ର ୧୮ ରନ୍ ନେଇଥିଲା। ଜୋଫ୍ରା ଆର୍ଚର ୩ଟି ଓ ଜୟଦେବ ଉନାଦ୍‌କତ ୨ଟି ୱିକେଟ୍ ପାଇଥିଲେ।
ରାଜସ୍ଥାନ ରୟାଲ୍‌ସ ଦ୍ରୁତଗତିରେ ୧୬୨ ରନ୍‌ର ପିଛା ଆରମ୍ଭ କରିଥିଲା। ୪ ଓଭରରେ ୪୦ ରନ୍ ସ୍କୋର୍ ଥିବା ବେଳେ ୨ଟି ୱିକେଟ ପଡ଼ିଥିଲା। ଜୋସ୍ ବଟ୍‌ଲର ମାତ୍ର ୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ଏବଂ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୧ ରନ୍‌କରି ବିଦାୟ ନେଇ ଯାଇଥିଲେ। ୬ ଓଭରର ପାୱରପ୍ଲେରେ ରାଜସ୍ଥାନ ୫୦ ରନ୍ କରିଥିଲା। ସଞ୍ଜୁ ସାମ୍‌ସନଙ୍କ ସହ ୪୬ ରନ୍ ଯୋଡ଼ିବା ପରେ ଓପ୍‌ନର ବେନ୍ ଷ୍ଟୋକ୍‌ସ ଆଉଟ ହୋଇଥିଲେ। ​‌େ​‌ଷ୍ଟାକ୍‌ସ ୩୫ ବଲ୍‌ରୁ ୬ଟି ଚୌକା ସହ ୪୧ ରନ୍ କରିଥିଲେ। ପରେ ସାମ୍‌ସନ ୧୮ ବଲ୍‌ରୁ ୨ଟି ଛକା ସହ ୨୫ ରନ୍‌କରି ଆଉଟ ହୋଇଥିଲେ। ରିୟାନ୍ ପରାଗ ୧ ରନ୍ କରିଥିଲେ। ରବିନ୍ ଉଥପ୍ପା ୨୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨ ରନ୍ କରିଥିଲେ। ଶେଷ ଓଭରରୁ ରାଜସ୍ଥାନ ୨୨ ରନ୍ ଆବଶ୍ୟକ କରୁଥିବା ବେଳେ ୮ ରନ୍ ହୋଇଥିଲା। ରାହୁଲ ତିୱତିଆ ୧୮ ବଲ୍‌ରୁ ୧୪ ରନ୍ କରିଥିଲେ। ଆନ୍‌ରିଚ ନୋର୍ଜେ ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories