www.samajalive.in
Sunday, December 7, 2025
26.1 C
Bhubaneswar

ଦାରୁଠେଙ୍ଗ ପଞ୍ଚାୟତ ନିର୍ବାଚନ: ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଆଶାୟୀ

ଭୂବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି। ସରପଞ୍ଚ ପ୍ରାର୍ଥୀ ଅକ୍ଷୟ କୁମାର ପାହାଡସିଂହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି, ଯିଏକି ପଞ୍ଚାୟତରେ ମିଟୁ ଭାଇ ଭାବେ ପରିଚିତ। ସେ ଏବେ ଘରକୁ ଘର ବୁଲି ଜୋରସୋର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ତାଙ୍କ ପ୍ରତି ପଞ୍ଚାୟତବାସୀଙ୍କ ଜନସମର୍ଥନ ରହିଥିବା ଜଣାପଡିଛି। ସେ “ଖୋଲାବହି ଚିହ୍ନ”ରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବେ ବୋଲି ଦୃଢ ଅାଶାବାଦୀ ଅଛନ୍ତି। ପୂର୍ବରୁ ସେ ଏହି ପଞ୍ଚାୟତରୁ ଦୁଇ ଦୁଇଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବହୁ ଉନ୍ନୟନ ମୂଳକ କାମ କରିଛନ୍ତି, ଯାହା ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଥିବା ଜଣାପଡିଛି। ସେ କହିଛନ୍ତି ଯେ, ମୁଁ ପଞ୍ଚାୟତ ସମିତି ସଭ୍ୟ ଥିବା ସମୟରେ ରାସ୍ତାଘାଟ, ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ବିକାଶମୂଳକ କାର୍ଯ୍ୟ କରିଛି। ପଞ୍ଚାୟତର ଏହି ସବୁ ସମସ୍ୟାଗୁଡିକୁ ଗୁରୁତ୍ୱ ଦେଇ ସମାଧାନ କରାଯାଇଛି।

ଦାରୁଠେଙ୍ଗ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ତପନ କୁମାର ପ୍ରଧାନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେ ଏବେ ଘରକୁ ଘର ବୁଲି ଜୋରସୋରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ତାଙ୍କ ପ୍ରତି ପଞ୍ଚାୟତବାସୀଙ୍କ ଜନସମର୍ଥନ ରହିଥିବା ଜଣାପଡିଛି। ସେ ଷ୍ଟୁଲ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories