ମାଓଗଡ ନିୟମଗିରିରେ ମତଦାନ କଲେ ଡଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର:ମାଓଗଡ ନିୟମଗିରିରେ  ଡଙ୍ଗରିଆ କନ୍ଧ ମତଦାନ ଦେଇଥିବା ଦେଖିବାକୁ ମିଳିଛି।  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ  ମତଦାନ ସୁରୁଖୁରୁରେ ଚାଲିଥିବା ଦେଖିବାକୁ ମିଳିଛି। ସେହିଭଳି  ମାଓଗଡ  ନିୟମଗିରି ପାହାଡ  ପାର୍ସାଲି ପଞ୍ଚାୟତରେ ୩୪ ଗାଁ ରହିଛି । ଏଥିରେ ଦୁଇଟି ବୁଥ   କରାଯାଇଛି ।
prayash
ସେଥି ମଧ୍ୟରୁ ଗୋଟିଏ ପାର୍ସାଲିରେ ୧୦୯ ବୁଥ ଓ ବୁଡୁଣିରେ ୧୧୦ ବୁଥ ରହିଛି ।୧୦୯ ବୁଥରେ ୧୧ ଶହ ୧୧ ଭୋଟର ରହିଥିବା ବେଳେ ,୧୧୦ ବୁଥରେ ୬୮୯ ଭୋଟର  ମୋଟ ୧୮୦୦ ଭୋଟର  ରହିଛନ୍ତି। ବୁଡୁଣି ବୁଥରେ ୧୬ଟି ଗାଁ ବଡ ଡେଙ୍ଗଲିଲି,ସାନ ଡେଙ୍ଗଲିଲି,ତେନ୍ତୁଳିପଦର, କୁର୍ଷିମୁହିଁ, ବେମ୍ବେରି, ଲାଖ ପଦର, ପଟାଙ୍ଗପଦର, ଡଙ୍ଗାମାଟି, ଧେମପଦର, ସରଲେଞ୍ଜି, ଡାମାଗାଡ଼ା, ଚାଟିକଣା, ଲାମ୍ବା, ଗୁମ୍ମା, ବୁଡୁଣୀ ଓ ଡେଙ୍ଗିଲେଲିର ଡଙ୍ଗରିଆ ମହିଳା ପୁରୁଷ ମତଦାନ ଦେଉଥିବାବେଳେ,  ପାର୍ସାଲି ବୁଥରେ୧୮ଟି ଗାଁ ପାତଲମ୍ବା, ଭାଲେରି, ଫାକେରି, ପାରାମାଳି, ନିର୍ଗୁଣ୍ଡି , ପାଞ୍ଚକୋଡି, ପାର୍ଶାଲି, ସାରିଝୋଲା, ବଡ଼ ଡେଙ୍ଗିଲେଲି, ଭାଲେରିତୋଟା, କେଲଟିପଦର, ତୁଲୁଆ, ନିଶିଖାଲ, ବଙ୍ଗପାଡୁ , ସାନ ଡେଙ୍ଗିଲେଲି, ବଡ଼ଦ୍ୱାରସାହି, ଟାମକଶିଳା, କାଣ୍ଡସୁର ଗାଁର ଡଙ୍ଗରିଆ ମହିଳା ପୁରୁଷ ମତଦାନ ଦେଉଛନ୍ତି ।
ମାଓବାଦୀ ଇଲାକା ହୋଇଥିବାରୁ ନିୟମଗିରି ପାହାଡ ଚାରିପଟ ଜୋରସୋରରେ ଯବାନଙ୍କ କୁମ୍ବିଙ୍ଗ ଚାଲିଛି ଯେମିତି କି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବ ତା ଉପରେ ତିକ୍ଷ୍ଣ ନଜର ରହିଛନ୍ତି। କିଛି ଦିନତଳେ ଡଙ୍ଗରିଆମାନେ  ବିକାଶ ହେଉନ ଥିବା ଯୋଗୁଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଆଜି ତାହା  ଓଲଟା ଦେଖିବାକୁ ମିଳିଛି । ସମସ୍ତ ଡଙ୍ଗରିଆ ମହିଳା ପୁରୁଷ ମାନେ ଲମ୍ବା ଧାଡିରେ ଠିଆହୋଇ ନିଜ ନିଜର ମତଦାନ କରୁଥିବାବେଳେ ଅନେକ ନୁଆ ଭୋଟରମାନେ ମଧ୍ୟ ମତଦାନ କରୁଥିବା ଦେଖିବାକୁ ମିଳିଛି। ଏହି ମତଦାନ କେନ୍ଦ୍ରଗୁଡିକରେ ପାନୀୟଜଳର ବ୍ୟବସ୍ଥା କରାଯାଇଛି । ଉକ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଭାବରେ ମତଦାନ ସରିଛି। ବୁଡୁଣି ବୁଥରେ ଲାଖପଦର, ପଟାଙ୍ଗପଦର , ଡଙ୍ଗାମାଟି ଗ୍ରାମର ଡଙ୍ଗରିଆ ଭୋଟ୍ ଦେଇ ନ ଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।

Comments are closed.