www.samajalive.in
Sunday, December 7, 2025
18.1 C
Bhubaneswar

ଦାମ ଗଢ଼ିବେ ନୂଆ ରାଜନୈତିକ ଦଳ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନୂଆ ରାଜନୈତିକ ଦଳ ଗଠନ କରିବେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂଆ ଦଳ ଗଠନକୁ ଦାମ ଅସ୍ୱୀକାର କରିନାହାନ୍ତି। ଚଳିତମାସ ଶେଷ ଆଡ଼କୁ ଏହା ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଦାମ କହିଛନ୍ତି, ବିଜେଡିରୁ ବିତାଡ଼ିତ ଏବଂ ଅସନ୍ତୁଷ୍ଟ ଅନେକ ନେତା ନୂଆ ଦଳ ଗଠନ କରିବାକୁ କହୁଛନ୍ତି। ତେବେ ଦଳ ଗଠନ କରିବା ସହଜ ନୁହେଁ। ଯେଉଁମାନେ ନୂଆ ଦଳ ଗଠନ ସପକ୍ଷରେ ଅଛନ୍ତି ସେମାନଙ୍କ ସହ ବସି ଆଲୋଚନା କରିବା ପରେ କ’ଣ କରାଯାଇପାରିବ ତାହା ଜଣାପଡ଼ିବ। ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ବିଜୁଙ୍କ ନାମରେ ଦଳ ଗଠନ କରାଯିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି। ଏକାଠି ବସି ଆଲୋଚନା କରିବା ପରେ ଦଳ ଗଠନ କଥା ବିଚାର କରିପାରୁ ବୋଲି ସେ ପ୍ରକାଶ କରିଛନ୍ତି।
ନୂଆ ଦଳ ଗଠନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଦାମ ଆଲୋଚନା କରିଥିବା ପ୍ରସଙ୍ଗରେ ବୈଜୟନ୍ତ ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତ ଟୁଇଟରେ କହିଛନ୍ତି, ମୋ ପାଇଁ ସବୁ ଦ୍ୱାର ଉନ୍ମୁକ୍ତ ଅଛି। ଯେତେବେଳେ ମୁଁ ମୋ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବି ସେତେବେଳେ ଲୋକମାନଙ୍କୁ କାହା ମାଧ୍ୟମରେ
ନଜଣାଇ ନିଜେ ଅବଗତ କରାଇବି। ଅନ୍ୟପକ୍ଷରେ ଦୁଇ ମାସ ମଧ୍ୟରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା ଥିବା ବିଜେପି ନେତା ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ଦାମଙ୍କ ନୂଆଦଳ ଗଠନକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହା ତାଙ୍କର ବାଚଳାମି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଏବେ ଦାମ ବିଭିନ୍ନ ଅଞ୍ଚଳ ଗସ୍ତ କରି ଜନସମାବେଶରେ ସରକାରୀ ଦଳର ନେତାଙ୍କୁ ଖୋଲା ସମାଲୋଚନା କରୁଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories