ଦଳିତଙ୍କ ଘରେ ମଶା କାମୁଡ଼ୁଛନ୍ତି: ମନ୍ତ୍ରୀ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଜେପିର ‘ଦଳିତଙ୍କ ସହିତ ରାତ୍ରିିଭୋଜନ’ କାର୍ଯ୍ୟକ୍ରମକୁ ଉକ ଝଟ୍‌କା ଲାଗିଛି। କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ପରେ ଉତ୍ତରପ୍ରଦେଶ ଶିକ୍ଷା ମନ୍ତ୍ରୀ ଅନୁପମା ଜୟସ୍ୱାଲଙ୍କ ବିବାଦୀୟ ମନ୍ତବ୍ୟ ଦଳକୁ ଦଳିତଙ୍କ ନିକଟତର କରାଇବାରେ କଣ୍ଟା ହୋଇଛି। ଅନୁପମା କହିଛନ୍ତି ଯେ ‘ଦଳିତଙ୍କ ଘରକୁ ଗଲେ ମଶା କାମୁଡ଼ୁଛନ୍ତି’। ସେ କହିଛନ୍ତି, ‘ପ୍ରଥମ ଥର ପାଇଁ ଆମ ସରକାର ଜାତି-ସମ୍ପ୍ରଦାୟର ଊର୍ଦ୍ଧ୍ବରେ ଲୋକଙ୍କୁ, ବିଶେଷକରି ଦଳିତଙ୍କୁ ସେମାନଙ୍କ ଅଧିକାର ଓ ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି। ମନ୍ତ୍ରୀମାନେ ସେମାନଙ୍କ ଘରକୁ ଯାଇ ରାତ୍ରିଭୋଜନ କରୁଛନ୍ତି। ସେମାନେ ମଶାଙ୍କୁ ଭୟ କରୁନାହାନ୍ତି; ମଶା କାମୁଡ଼ୁଥିଲେ ବି ସେମାନଙ୍କ ଗହଣରେ ବସି ଭୋଜନ କରୁଛନ୍ତି।’ ଏହାକୁ ନେଇ ରାଜ୍ୟରେ ରାଜନୈତିକ ବୋଲିବାଣୀ ଆରମ୍ଭ ହୋଇଯାଇଛି। ପୂର୍ବରୁ ଅନ୍ୟ ଜଣେ ମନ୍ତ୍ରୀ ସୁରେଶ ରାଣା ଜଣେ ଦଳିତଙ୍କ ସହିତ ଭୋଜନକରି ଦଳୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ; କିନ୍ତୁ ସେ ଭୋଜନ ଦଳିତଙ୍କ ଘରେ ପ୍ରସ୍ତୁତ ନ ହୋଇ ବାହାରୁ ଆସିଥିବା ଜଣାପଡ଼ିବା ପରେ ବିଚରା ମନ୍ତ୍ରୀ ଲୋକହସା ହୋଇଥିଲେ। ଏହି ଭୋଜନ ସ୍ଥାନୀୟ ସରକାରୀ ମେଡିକାଲରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଥିଲା।

Leave A Reply