www.samajalive.in
Sunday, December 7, 2025
26.1 C
Bhubaneswar

ମଧୁମେହ ରୋଗୀମାନେ କ’ଣ ଖାଇବା ଉଚିତ୍? ଜାଣନ୍ତୁ ସକାଳରୁ ରାତି ପର୍ଯ୍ୟନ୍ତ ଖାଦ୍ୟରେ କଣ ସାମିଲ କରିବେ 

ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ନୁହେଁ ଯେ କେବଳ ବୟସ୍କ ବ୍ୟକ୍ତିମାନେ ଏହାର ଶିକାର ହେଉଛନ୍ତି, ବରଂ ଯୁବକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଲୋକଙ୍କ ଖାଦ୍ୟ ଏବଂ ଜୀବନଶୈଳୀ।  ତେଣୁ ଯେଉଁମାନେ ମଧୁମେହରେ ପୀଡିତ, ସେମାନଙ୍କର ଖାଦ୍ୟପାନୀୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଆବଶ୍ୟକ। ଅନେକ ଜିନିଷ ଅଛି ଯାହା ଖାଇଲେ ମଧୁମେହ ରୋଗୀମାନଙ୍କୁ କ୍ଷତି ପହଞ୍ଚାଇଥିଏ ତେଣୁ ସେମାନେ କିଛି ଜିନିଷରୁ ଦୂରେଇ ରହିବା ଉଚିତ। କାରଣ ଏହି ଖାଦ୍ୟ ଖାଇଲେ ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ଖାଦ୍ୟପାନୀୟରେ କଣ ରହିବା ଆବଶ୍ୟକ ଏବଂ ସକାଳରୁ ରାତି ପର୍ଯ୍ୟନ୍ତ ସେମାନେ କଣ ଖାଇବା ଉଚିତ୍।

ମଧୁମେହ ରୋଗୀ କିପରି କରିବେ ଦିନର ଆରମ୍ଭ

- Advertisement -

ମଧୁମେହ ରୋଗୀ ରାତିରେ ଏକ କପ୍‌ ପାଣିରେ ଏକ ଚାମଚ ମେଥି ଭିଜାଇ ରଖନ୍ତୁ। ସକାଳୁ ଉଠି ପ୍ରଥମେ ମେଥିକୁ ଛାଣି ସେହି ପାଣିକୁୁ ପିଅନ୍ତୁ। ଏହା ବ୍ୟତୀତ ଯଦି ଆପଣ ସକାଳୁ ପାଣିରେ ଭିଜା ହୋଇଥିବା ୪ ରୁ ୫ ବାଦାମ ଏବଂ ଏକ ଅଖରୋଟ୍ ଖାଉଛନ୍ତି ତାହା ଆପଣଙ୍କ ପାଇଁ ଆହୁରୀ ଲାଭଦାୟକ ହୋଇଥାଏ।

ସକାଳ ଜଳଖିଆରେ କଣ ଖାଇବେ

ମଧୁମେହ ରୋଗୀମାନେ ସକାଳ ଜଳଖିଆରେ ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ଖାଦ୍ୟ ଖାଇବା ଉଚିତ୍, ଯାହା ଶକ୍ତି ପ୍ରଦାନ କରିଥାଏ। ଏଥିପାଇଁ ଆପଣ ଏକ କପ୍ ଲୁଣିଆ ପୋରିଜ୍ ଖାଇପାରିବେ (ଯେଉଁଥିରେ ପନିପରିବା ମଧ୍ୟ ପଡିଥାଏ) ଏବଂ ଏକ ଗ୍ଲାସ ବିନା ମଲେଇ କ୍ଷୀର ପିଇବା ଆବାଶ୍ୟକ।

ସକାଳ ୧୧-୧୨ ମଧ୍ୟରେ କ’ଣ ଖାଇବେ ?

ମଧୁମେହ ରୋଗୀମାନେ ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟରେ ୧୧-୧୨ ମଧ୍ୟରେ ଫଳ ଇତ୍ୟାଦି ଖାଇବା ଉଚିତ୍। ଏହି ସମୟ ମଧ୍ୟରେ ଆପଣ ସେଓ,ଅମୃତଭଣ୍ଡା, କମଳା, ପିଜୁଳି ଇତ୍ୟାଦି ଖାଇପାରିବେ କିନ୍ତୁ ଅଙ୍ଗୁର ଏବଂ ଆମ୍ବ ଖାଆନ୍ତୁ ନାହିଁ। ଏହା ବ୍ୟତୀତ କଳା ଲୁଣ ମିଶାଇ ଏକ ଗ୍ଲାସ୍ ବଟରମିଲ୍କ ପିଇବା ମଧ୍ୟ ଲାଭଦାୟକ ହୋଇଥାଏ।

ମଧ୍ୟାହ୍ନ ଭୋଜନରେ କଣ ଖାଇବେ?

ମଧୁମେହ ରୋଗୀମାନେ ପ୍ରାୟ ୧-୨ ମଧ୍ୟରେ ମଧ୍ୟାହ୍ନ ଭୋଜନ ଖାଇବା ଉଚିତ୍ । ଏହି ସମୟରେ ଆପଣ ୧ ରୁ ୨ଟି ରୁଟି,ଅଧ ଗିନା ସବୁଜ ପନିପରିବା ତରକାରୀ,ମସୁର ଡାଲି, ଦହି ଏବଂ ସାଲାଡ୍ ଖାଇପାରିବେ। ପନିପରିବାରେ କୋବି, କ୍ୟାପସିକମ୍, ବାଇଗଣ,ଛତୁ ଏବଂ ଲାଉ ଇତ୍ୟାଦି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ । କିନ୍ତୁ ମଧ୍ୟାହ୍ନ ଭୋଜନରେ ଅଧିକ ଖାଦ୍ୟ ଖାଇବା ଉଚିତ ନୁହେଁ।

ସନ୍ଧ୍ୟା ଜଳଖିଆରେ କ’ଣ ଖାଇବା ଉଚିତ୍?

ମଧୁମେହ ରୋଗୀମାନେ ସନ୍ଧ୍ୟା ଜଳଖିଆରେ ପାଣିରେ ଭିଜା ହୋଇଥିବା ଚଣା ଖାଇପାରିବେ। ଏହା ବ୍ୟତୀତ ବିନା ଚିନିରେ ଏକ କପ୍‌ ଚାହା କିମ୍ବା ଏକ ଗ୍ଲାସ ବିନା ମଲେଇ କ୍ଷୀର ପିଇ ପାରିବେ। ଏହା ବ୍ୟତିତ ଲେମ୍ବୁ ପାଣି ମଧ୍ୟ ଅଧିକ ଲାଭ ଦାୟକ ହୋଇଥାଏ।

ରାତ୍ରୀ ଭୋଜନରେ କଣ ଖାଇବେ

ମଧୁମେହ ରୋଗୀମାନେ ରାତ୍ରୀ ଭୋଜନରେ ଦୁଇଟି ରୁଟି, ଗୋଟିଏ ଗିନା ସବୁଜ ପନିପରିବା ତରକାରୀ ଏବଂ କିଛି ସାଲାଡ ଖାଇବା ଉଚିତ। ଯଦି ବଜରା ରୁଟି ମିଳେ ଖାଆନ୍ତି ତେବେ ଏହା ଆହୁରୀ ଲାଭଦାୟକ ହୋଇଥାଏ।

ଶୋଇବା ପୂର୍ବରୁ କ’ଣ ଖାଇବା ଉଚିତ୍?

ଯଦିଓ ସମସ୍ତଙ୍କୁ ହଳଦୀ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ଯେଉଁମାନଙ୍କର ରକ୍ତରେ ଶର୍କରା ଅଧିକ ରହିଛି, ସେମାନେ ଶୋଇବା ପୂର୍ବରୁ ନିଶ୍ଚିତ ଭାବରେ ଏକ ଚାମଚ କଦଳୀ ସହିତ ହାଲୁକା ଗରମ କ୍ଷୀର ପିଇବା ଉଚିତ୍ । ଏହା ଲାଭଦାୟକ ଅଟେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories