www.samajalive.in
Saturday, December 13, 2025
21.1 C
Bhubaneswar

ମିଳିତ ଆଦିବାସୀ କଲ୍ୟାଣ ମଞ୍ଚର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କେନ୍ଦୁଝରଗଡ଼: ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସାମାଜିକ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରତି ଓଡ଼ିଶା ସରକାର ଅବହେଳା ଓ ଉଦାସିନ ମନୋଭାବ ପ୍ରଦର୍ଶନ କରୁଥିବା ମିଳିତ ଆଦିବାସୀ ମଞ୍ଚ କେନ୍ଦୁଝର ଶାଖା ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ସ୍ଥିତିରେ ନିକଟରେ ଓଡ଼ିଶା ସରକାର ଆଦିବାସୀ ଜୀବନଜୀବିକା ପାଇଁ ପୂର୍ବରୁ ସଂରକ୍ଷିତ ଥିବା ଜମି ଜମା ନିୟମକୁ ଉଠାଇ ଦେଇ ସର୍ବସାଧାରଣକୁ ଆଦିବାସୀମାନେ ସେମାନଙ୍କ ଜମିଜମା ବିକ୍ରିବଟା ପାଇଁ ଆଣିଥିବା ନିୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ କେନ୍ଦୁଝର ଜିଲା ସଭାପତି ଜନାର୍ଦ୍ଦନ ନାୟକ କ୍ଷୋଭର ସହ ଏହା କହିଛନ୍ତି। ଏହାଦ୍ୱାରା ଆଦିବାସୀମାନେ ସର୍ବହରା ହୋଇଯିବା ସମ୍ଭାବନା ଥିବା ହେତୁ ଏହାକୁ ପୂର୍ବବତ ରଖାଯିବା ପାଇଁ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ସମ୍ପାଦକ ମକରଧ୍ୱଜ ନାଏକ ଦାବି କରିଛନ୍ତି।

ଉପରୋକ୍ତ ଦାବିରେ ଶତାଧିକ ଆଦିବାସୀ ସଙ୍ଗଠନ କର୍ମକର୍ତ୍ତା ଶୁକ୍ରବାର ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ଆଦିବାସୀମାନେ ଆବଶ୍ୟକସ୍ଥଳେ ସେମାନଙ୍କ ନିଜ ଜମିଜମା ବିକ୍ରି କିମ୍ବା ବନ୍ଧକ ଦେବା କ୍ଷେତ୍ରରେ ପୂର୍ବରୁ ଥିବା ସରକାରୀ କଟକଣା ନିକଟରେ ରାଜ୍ୟ ସରକାର କରିଥିବା ଉଚ୍ଛେଦକୁ ପ୍ରତ୍ୟାହାର କରି ପୂର୍ବଭଳି ଆଦିବାସୀଙ୍କ ଜମିଜମା ସର୍ବସାଧାରଣକୁ ବିକ୍ରି କରିବା ନିୟମକୁ ପ୍ରତ୍ୟାହାର କରିବା, ୧୯୯୬ ମସିହା ପ୍ରଣୟନ ହୋଇଥିବା ପେସା ଆଇନକୁ ଆମ ରାଜ୍ୟରେ କଡାକଡି ଭାବେ ଲାଗୁ କରିବା, ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୫ମ ଓ ୬ଷ୍ଠ ଅନୁସୂଚୀକୁ ରାଜ୍ୟ ସରକାର ନିଷ୍ଠାର ସହ ପାଳନ କରିବା, ଜଙ୍ଗଲ ଅଧିକାର ଆଇନ-୨୦୦୬କୁ କଡାକଡି ଭାବେ ପାଳନ କରିବା ସହ ପୂର୍ବ ଅଧିକାର ବଳବତ୍ତର କରିବା, ସରକାରଙ୍କ ନୂତନ ନିୟମ ୨୦୨୩ ଫଳରେ ଆଦିବାସୀ ମାନଙ୍କର ଜଙ୍ଗଲ ଅଧିକାର କ୍ଷୁର୍ଣ୍ଣ ହେଉଥିବା, ଜଙ୍ଗଲ ମଝିରେ ବା ଜଙ୍ଗଲ ନିକଟରେ ବସବାସ କରିବା ଅଧିକାର ଉକ୍ତ ନିୟମ ଦ୍ୱାରା ଆଦିବାସୀଙ୍କଠାରୁ ଛଡାଇ ନିଆଯିବା ନିୟମକୁ ପ୍ରତ୍ୟାହାର କରିବା, ଖଣି ଖାଦାନ, କଳକାରଖାନା ସ୍ଥାପନ ନାମରେ ଆଦିବାସୀଙ୍କ ଜମିଜମାକୁ ଜୋରଜବରଦସ୍ତ ଛଡାଇ ନେବା ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା, ଜଙ୍ଗଲ ଜମି ପଟ୍ଟାକୁ ପରିବର୍ତ୍ତନ କରି ଆଦିବାସୀ ପ୍ରଜାଙ୍କୁ ନିୟମ ମୁତାବକ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା, ଦୀର୍ଘଦିନ ଧରି ଆଦିବାସୀମାନେ ବସବାସ କରୁଥିବା ବାସସ୍ଥାନ ଓ ଚାଷ ବାସ ପାଇଁ ଦଖଲ କରୁଥିବା ଜମିକୁ ବିନା ଜୋରିମାନାରେ ପଟ୍ଟା ପ୍ରଦାନ କରାଯିବା। ଆଦିବାସୀ ମାନେ ବାସ କରୁଥିବା ଗ୍ରାମଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବା ସହ କେନ୍ଦୁଝର ଜିଲାରେ ଖଣି ଖାଦାନ ଓ ଛୋଟ ବଡ ଅନେକ କଳକାରଖାନା ଥିବା ଯୋଗୁଁ ଖଣି ଖାଦାନରୁ ଆଦାୟ ଉନ୍ନୟନ ଅର୍ଥରାଶି ପୂର୍ବରୁ ଜିଲା କ୍ଷମତାରେ ପୂର୍ଣ୍ଣମାତ୍ରାରେ ପରିଚାଳିତ ହେଉଥିବା ଯୋଗୁଁ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ଜିଲା ପ୍ରସାଶନ କରି ପାରୁଥିଲା। କିନ୍ତୁ ଏବେ ସରକାର ଏଥିରେ ହସ୍ତକ୍ଷେପ କରି ନିଷ୍ପତ୍ତି କରୁଥିବାରୁ ଜିଲା ପ୍ରସାଶନ ନିଜ ଇଚ୍ଛା ମୁତାବକ ଆବଶ୍ୟକ ଅନୁଯାୟୀ କାର୍ଯ୍ୟ କରିବାରେ ବାଧା ରହୁଛି। ଏଣୁ ଅର୍ଥ ପରିଚାଳନା କ୍ଷମତା ପୂର୍ବପରି ଚାଲୁହେବା ନିମନ୍ତେ ଜିଲା ପ୍ରଶାସନକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଉ। ଉକ୍ତ ଦାବିଗୁଡିକ ପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ଦାବି କରିଛି। ଦାବି ପୂରଣ ନହେଲେ ଜିଲା ମୁଖ୍ୟାଳୟରୁ ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ମଞ୍ଚ ସଦସ୍ୟ ସମରା ଟୁଡୁ, ଭୁବନେଶ୍ୱର ନାଏକ, ମେଘନାଥ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories