ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‍ ପଡ଼ିଲେ ଦୁଇ ଖେଳାଳି

0

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ତାଲିକାରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ୁଛି। ଭାରୋତ୍ତୋଳନ, ସୁଟିଂରେ ଭାରତୀୟ ଖେଳାଳିମାନେ ଉତ୍କର୍ଷ ପ୍ରତିପାଦିତ କରିଚାଲିଛନ୍ତି। ଏହି ସମୟରେ ଭାରତକୁ ଏକ ଲଜ୍ଜାଜନକ ସ୍ଥିତିର ସାମ୍‍ନା କରିବାକୁ ପଡ଼ିଛି। ନୋ ନିଡିଲ୍‍ ପଲିସି ଉଲ୍ଲଂଘନ କରି ଭାରତର ଦୁଇ ଖେଳାଳି ରାକେଶ ବାବୁ ଓ କେ ଟି ଇର୍ଫାନ୍‍ଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରିଷଦ ଦ୍ୱାରା ନିଲମ୍ବିତ ହୋଇଛି। ପରିଷଦର ଅଧ୍ୟକ୍ଷ ଲୁଇସ୍‍ ମାର୍ଟିନ୍‍ଙ୍କ କହିବା ଅନୁଯାୟୀ, ଗତ ୯ ତାରିଖ ଦିନ ଦୁଇ କ୍ରୀଡ଼ାବିତଙ୍କ କୋଠରିରୁ ସିରିଞ୍ଜ ଛୁଞ୍ଚି ଠାବ କରାଯାଇଥିଲା। ସେମାନଙ୍କୁ କ୍ରୀଡ଼ା ଗ୍ରାମରୁ ବାହାର କରି ଦିଆଯାଇଛି। ଅପରପକ୍ଷରେ ସିରିଞ୍ଜ କିମ୍ବା ଛୁଞ୍ଚି ସଂକ୍ରାନ୍ତରେ ସେମାନେ କିଛି ଜାଣି ନାହାନ୍ତି ବୋଲି ଦୁଇ ଭାରତୀୟ ଖେଳାଳି କହିଛନ୍ତି। ଇର୍ଫାନ୍‍ଙ୍କ ଇଭେଣ୍ଟ ସମାପ୍ତ ହୋଇସାରିଥିବା ବେଳେ ରାକେଶ ତ୍ରିପଲ୍‍ ଜମ୍ପର ଫାଇନାଲ୍‍ରେ ପ୍ରବେଶ କରିଥିଲେ।

Leave A Reply