mission shakti banner

କଟକ ସଦର: ୨୩୩ ବୁଥ୍‍ରୁ ୯୭ ସମ୍ବେଦନଶୀଳ

BSKY banner  750×100

କଟକ ସଦର: କଟକ ସଦର ସରଂକ୍ଷିତ ନିର୍ବାଚନ ମଣ୍ଡଳୀରେ ଥିବା ୨୩୩ଟି ଭୋଟଗ୍ରହଣ କେନ୍ଦ୍ର ମଧ୍ୟରୁ ୯୭ଟି ବୁଥ୍‍କୁ ସମ୍ବେଦନଶୀଳ ବୋଲି କଟକ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୪୦ଟି ବୁଥ୍‍କୁ ଅତ୍ୟଧିକ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ଏହି ସମ୍ବେଦନଶୀଳ ୯୭ଟି ବୁଥଗୁଡ଼ିକରେ ପ୍ରଶାସନ ପକ୍ଷରୁ ସୁରକ୍ଷା ତଥା ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସମ୍ବେଦନଶୀଳ ବୁଥ ମଧ୍ୟରୁ ୨୫ଟି ବୁଥରେ ୱେବ୍‍ କାଷ୍ଟିଂ, ୧୦ଟି ବୁଥରେ ସିସିଟିଭି, ୨୨ଟି ବୁଥରେ ମାଇକ୍ରୋ ଅବଜରଭର୍‍, ୨୮ଟି ବୁଥରେ ଭଡ଼ିିଓ ଚିତ୍ର ଉତ୍ତୋଳନ ଏବଂ ୧୨ଟି ବୁଥରେ ଷ୍ଟିଲ କ୍ୟାମେରାର ବ୍ୟବସ୍ଥା କରାଯାଇଛି। ଏହି ୨୩୩ଟି ବୁଥରେ ଭୋଟ ଗ୍ରହଣ ନିମନ୍ତେ ୫୫୬ଟି ଇଭିଏମ୍‍ ମେସିନ୍‍ ଓ ୬୦୬ଟି ଭିଭି ପାର୍ଟ ମେସିନର ବ୍ୟବସ୍ଥା କରାଯାଇଥିବାବେଳେ ବୁଥମାନଙ୍କରେ ଭୋଟ ଗ୍ରହଣ କରିବା ନିମନ୍ତେ ୧୫୭୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟେକ ବୁଥରେ ୫ଜଣ ପୁଲିଙ୍ଗ ଅଫିସର ସହ ଜଣେ ପ୍ରିଜାଇଡିଂ ଅଫିସର ରହିଛନ୍ତି। ଏହି କର୍ମଚାରୀମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ସରଞ୍ଜାମ ନେବା ଆଣିବା କରିବା ନିମନ୍ତେ ୮୬ଟି ବସ୍‍ ଓ ୧୯ଟି ଟ୍ରେକରର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୨୪ଜଣ ସେକ୍ଟର ଅଫିସର, ୫ଜଣ ଜୋନାଲ ମାଜିଷ୍ଟ୍ରେଟ ରହିଛନ୍ତି।

ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କଟକ କମିସନରେଟ୍‍ ପୁଲିସ ଡିସିପି ଓ ଗ୍ରାମାଞ୍ଚଳ ଏସ୍‍ପିଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ମୁତୟନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଏହି ନିର୍ବାଚନ ମଣ୍ଡଳୀରେ ସଦର ବ୍ଲକ ଅଞ୍ଚଳରେ ୧୩୨ଟି ବୁଥ ଥିବା ବେଳେ କଟକ ସଦର ନିର୍ବାଚନମଣ୍ଡଳୀରେ ଥିବା ମହାନଗର ନିଗମର ୬ଟି ୱାର୍ଡରେ ୪୨ଟି ବୁଥ ଏବଂ ଏହି ନିର୍ବାଚନ ମଣ୍ଡଳୀରେ ନିଶ୍ଚିତକୋଇଲି ବ୍ଲକର ୫୯ଟି ବୁଥ ରହିଛି। ନିର୍ବାଚନ ମଣ୍ଡଳୀରେ ୨,୭୪,୦୧୨ ଲୋକସଂଖ୍ୟା ଥିବା ବେଳେ ୨,୧୫,୫୦୮ ଭୋଟର ରହିଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୧୨,୪୦୪ ଓ ମହିଳା ଭୋଟରଙ୍କ ସଂଖ୍ୟା ୧,୦୩,୦୭୭ ଏବଂ ଭିନ୍ନକ୍ଷମ ୨୭ଜଣ ରହିଛନ୍ତି। ଶତକଡା ୭୫ଭାଗରୁ ଊର୍ଦ୍ଧ୍ବ ଲୋକ ଭୋଟ ଦେଉଥିବା କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି।

Comments are closed.