www.samajalive.in
Wednesday, November 19, 2025
26.1 C
Bhubaneswar

ଆମେ ଖରାବେଳେ ଦେଖୁଥିବା ସ୍ଵପ୍ନ ସତ ହୁଏ ! ଜାଣନ୍ତୁ କଣ କହେ ସ୍ଵପ୍ନ ଶାସ୍ତ୍ର….

ନୂଆଦିଲ୍ଲୀ: ରାତି ହେଉ , ଦିନ ହେଉ କିମ୍ବା ଅପରାହ୍ନ ହେଉ ଆମେ ଦେଖୁଥିବା ସ୍ଵପ୍ନ ସହ ଆମ ବାସ୍ତବ ଜୀବନର କଣ ସମ୍ପର୍କ ରହିଛି। ଅନେକ ସମୟରେ ଏମିତି ବହୁ ଅସମାୟିତ ପ୍ରଶ୍ନ ଆମ ମନକୁ ଆସିଥାଏ। ଆଜି ଆମେ ଖରାବେଳେ ଦେଖାଯାଉଥିବା ସ୍ଵପ୍ନ ସମ୍ପର୍କରେ ଆଲୋଚନା କରିବା। ସତରେ କଣ ଖରାବେଳେ ଦେଖା ଯାଉଥିବା ସ୍ଵପ୍ନ ସତ ହୁଏ ? ଆମ ଜୀବନରେ ସେହି ସ୍ଵପ୍ନର କଣ ପ୍ରଭାବ ପଡିଥାଏ। ଏମିତି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରେ। ତେବେ ସ୍ଵପ୍ନ ଶାସ୍ତ୍ରରେ ଏସବୁ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ର କହେ ଆମେ ଦେଖୁଥିବା ସ୍ଵପ୍ନ ସତ ହେବ କି ନୁହେଁ, ତାହା ସମୟ ଉପ​‌ରେ ନିର୍ଭର କରେ। ଆଉ କିଛି ସ୍ଵପ୍ନ ଜଣେ ବ୍ୟକ୍ତିର ବିଚାର ଉପରେ ନିର୍ଭର କରେ , ତାହା ସତ ହେବ କି ନୁହେଁ। ଅନେକ ସମୟରେ ମଣିଷର ବିଚାର ଉପରେ ଆଧାରିତ ସ୍ଵପ୍ନ ସତ ହୁଏନାହିଁ। ବେଳେବେଳେ ମଣି​‌ଷ ଯାହା ବାରମ୍ବାର ଭାବେ , ତାକୁ ନିଜ ସ୍ଵପ୍ନରେ ହିଁ ଦେଖିଥାଏ। ତେ​‌ବେ ରାତି ୧୦ଟାରୁ ୧୨ଟା ମଧ୍ୟରେ ଦେଖାଯାଉଥିବା ସ୍ଵପ୍ନ କେବେ ମଧ୍ୟ ସତ ହୋଇନଥାଏ। କାରଣ ଜଣେ ମଣିଷ ସାରା ଦିନ ମଧ୍ୟରେ ଯାହା କାର୍ଯ୍ୟକଳାପ କରିଥାଏ , ସେସବୁ ତାର ସ୍ଵପ୍ନରେ ଆସିଥାଏ। ତେଣୁ ଖରାବେଳେ ଦେଖାଯାଉଥିବା ସ୍ଵପ୍ନ କେବେ ସତ ହୋଇନଥାଏ। ଯାହା ସ୍ଵପ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories