www.samajalive.in
Monday, December 15, 2025
26.1 C
Bhubaneswar

ଏମିତି ଆସିଲା ମୃତ୍ୟୁ; ଅଧୁରା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ଏହି ସ୍ୱପ୍ନ

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ରୈସି ଆଉ ଦୁନିଆରେ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ରୈସିଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ସହ ବିଦେଶମନ୍ତ୍ରୀ ହୋସେନ ଆମିରୋବଦୋହ୍ଲିଆନଙ୍କ ମଧ୍ୟ ମୃତ୍ୟୁ ହୋଇଛି। ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ରାଷ୍ଟ୍ରପତିଙ୍କ ସହ ଅନ୍ୟ ଅଧିକାରୀମାନେ ଜୀବିତ ଥିବାର କୌଣସି ଆଶା ନଥିବା ଇରାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଇବ୍ରାହିମ୍‌‌ ରୈସି ରବିବାର ଦିନ ଆଜରବୈଜାନକୁ କାହିଁକି ଯାଇଥିଲେ। ଯେଉଁଠାରୁ ଫେରିବା ବେଳେ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା।

ବଡ ଖବର: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ

- Advertisement -

ଆଜରବୈଜାନକୁ କାହିଁକି ଯାଇଥିଲେ ରାଷ୍ଟ୍ରପତି?
ଇରାନର ରାଷ୍ଟ୍ରପତି ରୈସି ରବିବାର ଆଜରବୈଜାନ ଗସ୍ତ କରିଥିଲେ। ଆଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେବ୍‌‌ଙ୍କୁ ଭେଟିବା ସହ ଏକ ଡ୍ୟାମ୍‌‌ ଉଦଘାଟନ ପାଇଁ ରୈସି ଯାଇଥିଲେ। ଏହା ଥିଲା ତୃତୀୟ ଡ୍ୟାମ୍‌‌ ଯାହା ଉଭୟ ଦେଶ ଆରାସ ନଦୀ ଉପରେ ନିର୍ମାଣ କରିଛନ୍ତି। ରୈସି ଆଜରବୈଜାନରୁ ଫେରୁଥିବା ବେଳେ ତାଙ୍କ ହେଲିକପ୍ଟର ବେଲ ୨୧୨ଦୁର୍ଘଟଣାର ଶିକାର ହୋଇଥିଲା।

ଏହି ସ୍ୱପ୍ନ ରହିଗଲା ଅଧୁରା
କୁହାଯାଉଛି ଯେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ହେବାକୁ ଯାଉଥିଲେ ଇବ୍ରାହିମ୍‌‌ ରୈସି। ତାଙ୍କୁ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମନେଇଙ୍କ ନିକଟର ଥିଲେ ଇବ୍ରାହିମ୍‌‌। କେତେକ ବିଶେଷଜ୍ଞ ବିଶ୍ୱାସ କରୁଥିଲେ ଯେ ଇବ୍ରାହିମ୍‌‌ ରୈସି ୮୫ବର୍ଷ ବୟସ୍କ ସୁପ୍ରିମୋ ନେତା ଖାମନେଇଙ୍କ ମୃତ୍ୟୁ କିମ୍ବା ଇସ୍ତଫା ପରେ ଏହି ପଦରେ ବସିବାକୁ ଯାଉଥିଲେ। ୬୩ବର୍ଷୀୟ ଇବ୍ରାହିମ୍‌‌ ଜଣେ କଠୋରପନ୍ଥୀ ଭାବମୂର୍ତ୍ତିର ନେତା ଥିଲେ। ଯିଏ କି ରାଷ୍ଟ୍ରପତି ହେବା ପୂର୍ବରୁ ଦେଶର ନ୍ୟାୟପାଳିକାର ନେତୃତ୍ୱ ନେଇଥିଲେ। ୨୦୨୧ରେ ଇରାନରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ରୈସି।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories