www.samajalive.in
Saturday, December 6, 2025
19.1 C
Bhubaneswar

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର: ‘ସାରା ଦେଶବାସୀ ମୋଦୀ ସରକାରକୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି’

ଅନୁଗୋଳ: ସାରା ଦେଶବାସୀ ମୋଦୀ ସରକାରକୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି। ଓଡ଼ିଶାର ପୁରପଲ୍ଲୀରେ ବି ଗୋଟିଏ ନାରା ଗୁଞ୍ଜରିତ ହେଉଛି। ଏଥର ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର। ବିଜେଡି ସରକାରକୁ ସୁଯୋଗ ମିଳିଥିଲା, ଏବେ ବିଦାୟ ସମୟ ଆସିଯାଇଛି। ଜୁନ ୧୦ରେ ଏଠାରେ ଡବଲ ଇଞ୍ଜିନ ସରକାର ଶପଥଗ୍ରହଣ କରିବ। ସୋମବାର ଅନୁଗୋଳରେ ଆୟୋଜିତ ଜନସମାବେଶରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମାବେଶରେ ଉପସ୍ଥିତ ଜନସାଧାରଣ ଏବଂ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ମୋଦୀ କହିଥିଲେ, ଓଡ଼ିଶା କଳାର ଧାମ। ପ୍ରତି ପରିବାରରେ କଳା ରହିଛି। ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି। ଏଠାରେ ସକାଳ ୧୦ଟାରେ ଭିଡ଼ ଦେଖି ଅଭିଭୂତ ହୋଇଛି। ଜୀବନର ଲମ୍ବା ସମୟ ଦଳୀୟ ସଂଗଠନରେ ଲଗାଇଛି। ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି। ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ଜଗନ୍ନାଥଙ୍କ ଆଶିଷ ମାଗିଛି। ଏହି ଅବସରରେ ସମସ୍ତଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

- Advertisement -

ମୋଦୀ ବିଜେଡି ସରକାରକୁ ଟାର୍ଗେଟ କରି କହିଥିଲେ, ଆପଣମାନେ ୨୫ ବର୍ଷ ବିଜେଡି ସରକାରକୁ ଗାଦିରେ ବସାଇଲେ। ଆପଣମାନଙ୍କୁ କ’ଣ ମିଳିଲା। ଏବେ ବି ହଜାର ହଜାର ଲୋକ କାମ କରିବାକୁ ଏବଂ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଆଜି ବି ଚାଷୀ ଏବଂ ଯୁବବର୍ଗ କଷ୍ଟରେ ରହିଛନ୍ତି। ବିଜେଡି ଶାସନରେ ଓଡ଼ିଶାର ସମ୍ପଦ, ସଂସ୍କୃତି ସବୁ ଅସୁରକ୍ଷିତ। ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାରେ ଏପରି ସ୍ଥିତି କ’ଣ ପାଇଁ ?

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଘରର ଚାବି ହଜିଲେ ଆମେ ଜଗନ୍ନାଥଙ୍କୁ ଡାକିଥାଉ। ତାଙ୍କ କୃପାରୁ ଆମ ଘରର ଚାବି ମିଳିଯାଏ। କିନ୍ତୁ ଆଜି ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ୬ବର୍ଷ ହେଲା ହଜିଯାଇଛି। ଯାଞ୍ଚ ରିପୋର୍ଟକୁ ଚାପି ଦିଆଯାଇଛି। ଏଥିପାଇଁ ବିଜେଡି ସରକାର ଦାୟୀ। କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଘେରି ରହିଛନ୍ତି। ବିଜେପି ସରକାର ଆସିବା ପରେ କ୍ଷୀର-ପାଣି ଅଲଗା ହେବ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ସେ ଆହୁରି କହିଥିଲେ, ଓଡ଼ିଶାକୁ ଡିଏମଏଫ ଭାବେ ୨୬ ହଜାର କୋଟି ଟଙ୍କା ମିଳୁଛି। ବିଜେଡି ଶାସନରେ ଓଡ଼ିଶା ସମ୍ପଦ ଓ ସଂସ୍କୃତି ସବୁ ଅସୁରକ୍ଷିତ। ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ। ଓଡ଼ିଶା ବରବାଦ ହେବାର କାରଣ ବିଜେଡି ସରକର ବୋଲି ମୋଦୀ କହିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories