www.samajalive.in
Sunday, December 14, 2025
16.1 C
Bhubaneswar

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର: ‘ସାରା ଦେଶବାସୀ ମୋଦୀ ସରକାରକୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି’

ଅନୁଗୋଳ: ସାରା ଦେଶବାସୀ ମୋଦୀ ସରକାରକୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି। ଓଡ଼ିଶାର ପୁରପଲ୍ଲୀରେ ବି ଗୋଟିଏ ନାରା ଗୁଞ୍ଜରିତ ହେଉଛି। ଏଥର ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର। ବିଜେଡି ସରକାରକୁ ସୁଯୋଗ ମିଳିଥିଲା, ଏବେ ବିଦାୟ ସମୟ ଆସିଯାଇଛି। ଜୁନ ୧୦ରେ ଏଠାରେ ଡବଲ ଇଞ୍ଜିନ ସରକାର ଶପଥଗ୍ରହଣ କରିବ। ସୋମବାର ଅନୁଗୋଳରେ ଆୟୋଜିତ ଜନସମାବେଶରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମାବେଶରେ ଉପସ୍ଥିତ ଜନସାଧାରଣ ଏବଂ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ମୋଦୀ କହିଥିଲେ, ଓଡ଼ିଶା କଳାର ଧାମ। ପ୍ରତି ପରିବାରରେ କଳା ରହିଛି। ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି। ଏଠାରେ ସକାଳ ୧୦ଟାରେ ଭିଡ଼ ଦେଖି ଅଭିଭୂତ ହୋଇଛି। ଜୀବନର ଲମ୍ବା ସମୟ ଦଳୀୟ ସଂଗଠନରେ ଲଗାଇଛି। ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି। ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ଜଗନ୍ନାଥଙ୍କ ଆଶିଷ ମାଗିଛି। ଏହି ଅବସରରେ ସମସ୍ତଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

- Advertisement -

ମୋଦୀ ବିଜେଡି ସରକାରକୁ ଟାର୍ଗେଟ କରି କହିଥିଲେ, ଆପଣମାନେ ୨୫ ବର୍ଷ ବିଜେଡି ସରକାରକୁ ଗାଦିରେ ବସାଇଲେ। ଆପଣମାନଙ୍କୁ କ’ଣ ମିଳିଲା। ଏବେ ବି ହଜାର ହଜାର ଲୋକ କାମ କରିବାକୁ ଏବଂ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଆଜି ବି ଚାଷୀ ଏବଂ ଯୁବବର୍ଗ କଷ୍ଟରେ ରହିଛନ୍ତି। ବିଜେଡି ଶାସନରେ ଓଡ଼ିଶାର ସମ୍ପଦ, ସଂସ୍କୃତି ସବୁ ଅସୁରକ୍ଷିତ। ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାରେ ଏପରି ସ୍ଥିତି କ’ଣ ପାଇଁ ?

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଘରର ଚାବି ହଜିଲେ ଆମେ ଜଗନ୍ନାଥଙ୍କୁ ଡାକିଥାଉ। ତାଙ୍କ କୃପାରୁ ଆମ ଘରର ଚାବି ମିଳିଯାଏ। କିନ୍ତୁ ଆଜି ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ୬ବର୍ଷ ହେଲା ହଜିଯାଇଛି। ଯାଞ୍ଚ ରିପୋର୍ଟକୁ ଚାପି ଦିଆଯାଇଛି। ଏଥିପାଇଁ ବିଜେଡି ସରକାର ଦାୟୀ। କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଘେରି ରହିଛନ୍ତି। ବିଜେପି ସରକାର ଆସିବା ପରେ କ୍ଷୀର-ପାଣି ଅଲଗା ହେବ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ସେ ଆହୁରି କହିଥିଲେ, ଓଡ଼ିଶାକୁ ଡିଏମଏଫ ଭାବେ ୨୬ ହଜାର କୋଟି ଟଙ୍କା ମିଳୁଛି। ବିଜେଡି ଶାସନରେ ଓଡ଼ିଶା ସମ୍ପଦ ଓ ସଂସ୍କୃତି ସବୁ ଅସୁରକ୍ଷିତ। ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ। ଓଡ଼ିଶା ବରବାଦ ହେବାର କାରଣ ବିଜେଡି ସରକର ବୋଲି ମୋଦୀ କହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories