www.samajalive.in
Saturday, December 6, 2025
19.1 C
Bhubaneswar

ଜାଗୁଳାରେ ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ୫୦ରୁ ଊର୍ଦ୍ଧ୍ବ ପରିବାର

ଧାମରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ ଆଗାମୀ ଦିନରେ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ନିଶ୍ଚୟ ଭାବେ ଗଢି ତୋଳିବାକୁ ଶପଥ ଗ୍ରହଣ କରିଛନ୍ତି ଜାଗୁଳା ପଂଚାୟତର ୫୦ରୁ ଊର୍ଦ୍ଧ୍ବ ପରିବାର। ଜାଗୁଳା ପଂଚାୟତରେ ହୋଇଥିବା ମିଶ୍ରଣ ପର୍ବରେ ୭ ଏବଂ ୮ନଂ ଓ୍ବାର୍ଡର ସମସ୍ତ ବାସିନ୍ଦା ଅନ୍ୟ ଏକ ଆଞ୍ଚଳିକ ରାଜନୈତିକ ଦଳକୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଧାମରା ପଂଚାୟତର ସମିତିସଭ୍ୟ ପାପା ଜେନା, ଉପେନ୍ଦ୍ର ରାଉଳ ତ୍ରିଦିବେଶ ପ୍ରଧାନ, ବିପିନ ବେହେରା, କାହ୍ନୁ ବେହେରା, ଧାମରା ମଣ୍ଡଳର ସଭାପତି ଦେବେନ୍ଦ୍ର ନାୟକ, ଚନ୍ଦ୍ର ଶେଖର ଜେନା, ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ରହିବା ସହ ବିଜେଡି ସରକାର ଆଜି ଭଳି ଦିନରେ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି, ଆଗାମୀ ଦିନରେ ଏହି ଦଳ ସ୍ୱତଃପ୍ରୋତ ଭାବେ ରାଜନୀତିରୁ ସନ୍ୟାସ ନେବାର ସମୟ ଆସି ଯାଇଛି ବୋଲି ମଞ୍ଚାସୀନ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ। ଏହି ମିଶ୍ରଣ ପର୍ବରେ ପାର୍ବତୀ ଗିରି, ଶ୍ରୀକାନ୍ତ ଦାସ, ଭୀମସେନ ଦାସ, ବିଜୟ ଦାସ, ରାଧାକାନ୍ତ ଦାସ, ଗଣେଶ ଦାସ, କାଳିଆ ଦାସ, ଦୀନବନ୍ଧୁ ଦାସ, କୁଳମଣୀ ଦାସ, ଘଣ୍ଟେଶ୍ୱର ଦାସ, ମହେଶ୍ୱର ଦାସ, ବାପୁନୀ ଦାସ, କାଳିଆ ଦାସ, ମାୟାଧର ଦାସ, ସଞୟ ଦାସ, ମହେଶ୍ୱର ଦାସ, ବ୍ରହ୍ମାନନ୍ଦ ଦାସ, କୃତିବାସ ଦାସ, ବିଶ୍ୱନାଥ ଦାସ, ଗୋଲେଖ ଦାସ, ଧିରେନ୍ଦ୍ର ଦାସଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଏହି ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories