www.samajalive.in
Saturday, December 6, 2025
23.1 C
Bhubaneswar

ସତରେ ବ୍ଲକ୍ ହୋଇଛନ୍ତି କି? କ’ଣ କହେ ହ୍ୱାଟ୍ସଆପ୍ ସିଙ୍ଗଲ୍ ଟିକ୍..

ନୂଆଦିଲ୍ଲୀ : ସାରା ଦୁନିଆରେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ଅଧିକ। ଏହା ଏକ ତୁରନ୍ତ ମେସେଜିଙ୍ଗ୍ ଆପ୍। ଯେଉଁଥିରେ କମ୍ପାନୀ ଲଗାତାର ନୂଆ ନୂଆ ଫିଚର୍ ଆଣୁଛି। ହ୍ୱାଟ୍ସଆପରେ ଆପଣ ବ୍ଲୁ ଟିକ ବିଷୟରେ ତ ସଭିଏଁ ଜାଣି ଥିବେ। ମାତ୍ର ସିଙ୍ଗଲ୍ କିମ୍ବା ଗ୍ରେ ଟିକ୍ ବେଳେ ବେଳେ ଆପଣ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ କି ସାମ୍ନା ଲୋକ ଆପଣଙ୍କୁ ବ୍ଲକ୍ କରି ନାହାଁନ୍ତି ତ। କିଭଳି ଏ ବିଷୟରେ ଜାଣିବେ। ଜାଣନ୍ତୁ..

ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..

- Advertisement -

ହ୍ୱାଟ୍ସଆପର ବ୍ଲୁ ଟିକ୍ ଫିଚର ସାହାଯ୍ୟରେ ଜାଣିପାରିବେ, ସାମ୍ନା ଲୋକ ଆପଣଙ୍କୁ ମେସେଜକୁ ଦେଖି ସାରିଛି। ଏଥିରେ ଆପଣଙ୍କୁ ୨ଟି ଟିକ୍ ନଜର ଆସିବ। ଯାହା ବ୍ଲୁ ରଙ୍ଗର। ସେହିପରି ଗୋଟିଏ ଟିକର ଅର୍ଥ କୌଣସି ବ୍ୟକ୍ତି ନିଜ ଫୋନରୁ କିଛି ମେସେଜ ପଠାଇଛନ୍ତି, ରିସିଭରଙ୍କର ହ୍ୱାଟ୍ସଆପ ସର୍ଭରରେ ସେହି ମେସେଜ ଆସି ସାରିଛି ମାତ୍ର ଏହାର ଅର୍ଥ ନୁହେଁ ରିସିଭର ଏହାକୁ ଦେଖି ସାରିଛନ୍ତି। ଏପରି ଅନେକ କାରଣ ରହିଛି, ତାହା ମଧ୍ୟରେ ନେଟୱର୍କ ମୁଖ୍ୟ କାରଣ। ଏହାସହ ରିସିଭରଙ୍କର ଫୋନ୍ ମଧ୍ୟ ଅଫ୍ ଥାଇପାରେ।

ସାପ୍ତାହିକ ରାଶିଫଳ : ମେଷ ଠାରୁ ମୀନ, ମେ’ ୨୦ରୁ କେମିତି କଟିବ ; ଏମାନଙ୍କୁ ମିଳିବ ଧନ..

ଏହା ମଧ୍ୟ ଜାଣିବା ଜରୁରୀ, ଗୋଟିଏ ଟିକ୍ ବ୍ଲକ୍ ହେବା ସ୍ଥିତିରେ ଦେଖା ଦେଇଥାଏ। ଯଦି ଆପଣ କୌଣସି ବ୍ୟକ୍ତିକୁ ମେସେଜ କରିଛନ୍ତି, ତାହା ଗୋଟିଏରୁ ୨ଟି ଟିକ୍ ହୋଇଛି, ଏହାର ଅର୍ଥ ସାମ୍ନା ଲୋକ ଆପଣଙ୍କୁ ବ୍ଲକ୍ କରି ନାହିଁ। ଅନେକ ସମୟ ପର୍ଯ୍ୟନ୍ତ ଗୋଟିଏ ଟିକ୍ ହୋଇ ରହିଲେ, ଏହାର ଅର୍ଥ ସାମ୍ନା ଲୋକ ଆପଣଙ୍କୁ ବ୍ଲକ୍ କରି ଦେଇଛି।
ବ୍ଲକ୍ ହେବା ସ୍ଥିତିରେ ଆପଣ କୌଣସି ବ୍ୟକ୍ତିଙ୍କର ଅନଲାଇନ ସ୍ଥିତି ଦେଖିପାରିବେ ନାହିଁ।
ପ୍ରୋଫାଇଲ୍ ଫଟୋ ମଧ୍ୟ ଦେଖିପାରିବେ ନାହିଁ।
ବ୍ଲକ୍ କରିଥିବା ବ୍ୟକ୍ତିଙ୍କୁ ଆପଣ ମେସେଜ କରିବା ପରେ କେବଳ ଏକ ଗ୍ରେ ଚେକ୍ ମାର୍କ ଦେଖାଯିବ। ଯାଦ୍ୱାରା ଜଣାପଡିବ ଯେ ମେସେଜ ପଠାଇଛନ୍ତି। ସେଥିରେ ୨ୟ ଚେକ୍ ମାର୍କ ଆସିବ ନାହିଁ।
ବ୍ଲକ୍ କରିଥିବା ବ୍ୟକ୍ତିଙ୍କୁ କଲ୍ କରି ପାରିବେ ନାହିଁ।
ଆପଣ ଗ୍ରୁପ୍ ଆଡମିନ୍ ଥିଲେ, ବ୍ଲକ୍ କରିଥିବା ବ୍ୟକ୍ତିଙ୍କୁ କୌଣସି ଗ୍ରୁପରେ ସାମିଲ କରି ପାରିବେ ନାହିଁ।
ହ୍ୱାଟ୍ସଆପର ଗାଇଡଲାଇନ ଅନୁଯାୟୀ, କୌଣସି ବ୍ୟକ୍ତି ଜଣଙ୍କୁ ବ୍ଲକ୍ କଲେ ଏ ବିଷୟରେ କୌଣସି ସୂଚନା ମିଳିବ ନାହିଁ।

 

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories