www.samajalive.in
Sunday, December 7, 2025
14.1 C
Bhubaneswar

ଧୋକା ଦେଲା ଚୀନ୍‌, ବୁଦ୍ଧି ଶିଖିଲା ମାଳଦ୍ଵୀପ

ସମାଜ ଡିଜିଟାଲ ଡେସ୍କ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଚୀନ୍‌ଠାରୁ ବଡ଼ ଝଟ୍‌କା ଲାଗିଛି। ନିଜକୁ ବନ୍ଧୁ ବୋଲି କହୁଥିବା ଚୀନ୍ ସ୍ପଷ୍ଟ କରିଛି ଯେ, ମାଳଦ୍ୱୀପର ଋଣ ଛାଡ଼ କରିବା ନେଇ ତା’ର କୌଣସି ଯୋଜନା ନାହିଁ। ଋଣ ଛାଡ଼ ପାଇଁ ଚୀନ୍‌କୁ ନିବେଦନ କରିଥିବାବେଳେ ମାଳଦ୍ଵୀପ ସହ କିଛି ଏମିତି କରିଛି ଡ୍ରାଗନ୍। ମାଳଦ୍ଵୀପ ଗଣମାଧ୍ୟମ ଅଧାଧୁ ଚୀନ୍‌ ଋଣ ବିଷୟରେ ସୂଚନା ଦେଇଛି। ମାଳଦ୍ଵୀପସ୍ଥିତ ଚୀନ ଦୂତାବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରଦୂତ ଓ୍ବାଙ୍ଗ୍‌ ଲିକ୍ସିନ୍ କହିଛନ୍ତି ଯେ, ମାଳଦ୍ଵୀପ ଓ ଚୀନ୍‌ର ଟିମ୍‌ ଋଣ କୋହଳକୁ ନେଇ ଉପାୟ ଖୋଜୁଛନ୍ତି, କିନ୍ତୁ ଚୀନ୍‌ର ଏପରି କରିବା ନେଇ କୌଣସି ଯୋଜନା ନାହିଁ। ଲିକ୍ସିନ୍ କହିଛନ୍ତି ଯେ, ଅନ୍ୟ ବିକଳ୍ପ ଖୋଜା ଚାଲିଛି। କାରଣ ଋଣ କୋହଳ ଦ୍ଵାରା ମାଳଦ୍ୱୀପକୁ ନୂତନ ପ୍ରକଳ୍ପଗୁଡ଼ିକ ପାଇଁ ଋଣ ମିଳିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏହାପୂର୍ବରୁ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ ସରକାର ସମୟରେ ଆବାସ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଚୀନ୍‌ଠାରୁ ଋଣ ନିଆଯାଇଥିଲା, ଯାହା ମାଳଦ୍ୱୀପ ଏପର୍ଯ୍ୟନ୍ତ ପରିଶୋଧ କରିପାରି ନାହିଁ। ଏହାପୂର୍ବରୁ ଚୀନ୍ ଗସ୍ତରୁ ଫେରିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଥିଲେ ଯେ, ଋଣ ପରିଶୋଧରେ ତାଙ୍କୁ ଚୀନ୍ ପକ୍ଷରୁ ଆଶ୍ୱାସନା ମିଳିଛି। ଋଣ ପରିଶୋଧର ସମୟସୀମା ବୃଦ୍ଧି କରାଯିବ ବୋଲି ମାଳଦ୍ୱୀପର ସମ୍ପୂର୍ଣ୍ଣ ଆଶା ଥିଲା।

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କହିଲେ, ଭାରତ ଇରାନ ସହିତ ଅଛି..

- Advertisement -

ଚୀନ୍ ମାଳଦ୍ୱୀପକୁ ଧୋକା ଦେଲା, କିନ୍ତୁ ଭାରତ ପୁଣି ଥରେ ମାଲଦ୍ୱୀପକୁ ସାହାରା ଦେଇଛି। ଗତ ସୋମବାର ଭାରତ ମାଳଦ୍ୱୀପ ସରକାରଙ୍କ ଅନୁରୋଧ କ୍ରମେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୫ କୋଟି ଆମେରିକୀୟ ଡଲାରର ଟ୍ରେଜେରୀ ବଣ୍ଡ୍‌ ପରିଶୋଧକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିଛି। ନିକଟରେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମୀର ନୂଆଦିଲ୍ଲୀ ଗସ୍ତରେ ଆସି ଭାରତକୁ ଋଣ କୋହଳ କରିବାକୁ ଅନୁରୋଧ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories