ମତଦାନ ବିଳମ୍ବ ନେଇ ଉତ୍ତେଜନା: ପ୍ରିଜାଇଡିଂ ଅଫିସର ଅସୁସ୍ଥ

ସୁନ୍ଦରଗଡ: ଆଜି ରାଜ୍ୟରେ ୫ଟି ସଂସଦୀୟ କ୍ଷେତ୍ର ଓ ୩୫ବିଧାନସଭା ଆସନରେ ଭୋଟିଂ ହେଉଛି। ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବିଳମ୍ବ ଯୋଗୁଁ ସୁନ୍ଦରଗଡ଼ ପୌରାଞ୍ଚଳରେ ୨୧୧ନମ୍ବର ବୁଥରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ହୋହାଲ୍ଲା କରୁଥିବା ଦେଖି ମହିଳା ପ୍ରିଜାଇଡିଂ ଅଫିସର ଜଣକ ଭୟଭୀତ ହୋଇପଡିଥିଲେ। ଏବଂ ଅଚେତ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.