www.samajalive.in
Wednesday, December 10, 2025
18.1 C
Bhubaneswar

ମାଓବାଦୀଙ୍କ ସହ ଗୁଳିବିନିମୟ, ଜଣେ ଯବାନ ଆହତ

ନୂଆପଡ଼ା: ନୂଆପଡ଼ା ଜିଲାର ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ତାଙ୍କୁ ଛତିଶଗଡ଼଼ର ରାୟପୁରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଦିନ ସାଢ଼େ ୧୦ଟା ସୁଦ୍ଧା ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟରରେ ମାଓବାଦୀମାନେ କ୍ୟାମ୍ପ କରି ଲୁଚି ରହିଥିବା ନେଇ ଗୁଇନ୍ଦା ଖବର ମିଳିଥିଲା। ଏହାକୁ ଆଧାର କରି ଏସଓଜି ଯବାନଙ୍କ ଗ୍ରୁପ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଅଭୟାରଣ୍ୟର ଶିବନାରାୟଣପୁର ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା ବେଳେ ସେଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହିତ ଯବାନଙ୍କର ମୁହାଁମୁହିଁ ହୋଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାୟପୁର ପଠାଯାଇଥିଲା। ଅନ୍ୟ ଯବାନମାନେ ସର୍ଚ୍ଚ ଅପରେଶନ ଚଳାଇଥିବାବେଳେ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories