www.samajalive.in
Saturday, December 6, 2025
26.1 C
Bhubaneswar

ଇଭିଏମରେ ତ୍ରୁଟି ପାଇଁ ବିଳମ୍ବରେ ଭୋଟିଂ: ଲମ୍ବା ଲାଇନରେ ଭୋଟର

ଟିଟିଲାଗଡ: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳୁ ମତଦାନ ନେଇ ୩୦୯ଟି ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। କିଛି ବୁଥରେ ଇଭିଏମରେ ତ୍ରୁଟି ନେଇ ସକାଳ ୭ଟା ବଦଳରେ ବିଳମ୍ବରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେଡି ଦଳର ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଜ ଗାଁ ସଇଁତଲାରେ ମତଦାନ କରିଛନ୍ତି । ସେହିପରି ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବିଜେପି ପ୍ରାର୍ଥୀ ନବୀନ ଜୈନ କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ର ବାଗ ଟିଟିଲାଗଡ଼ ଠାରେ ମତଦାନ କରିଛନ୍ତି । ଅନ୍ୟପକ୍ଷରେ ମତଦାନ ପ୍ରକ୍ରିୟା ଧିମା ଚାଲିଥିଲା, ଅନେକ ସ୍ଥାନରେ ଉପଯୁକ୍ତ ସେଡ ବ୍ୟବସ୍ଥା ନଥିବା ନେଇ ଭୋଟର ପ୍ରଚଣ୍ଡ ଖରାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories