www.samajalive.in
Monday, December 15, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀର ବୁଲିବାକୁ ଯାଇଥିଲେ, ଦମ୍ପତ୍ତିଙ୍କୁ ଗୁଳି କଲେ ଆତଙ୍କବାଦୀ…

ଜୟପୁର: ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥର ଆତଙ୍କବାଦୀମାନେ ଭାରତୀୟ ସୈନ୍ୟଙ୍କୁ ନୁହେଁ,  ପର୍ଯ୍ୟଟକ ମାନଙ୍କୁ ଟାର୍ଗେଟ୍ କରିଛନ୍ତି। ଜୟପୁରରୁ ଏକ ଦମ୍ପତ୍ତି ଜାମ୍ମୁ କାଶ୍ମୀର ବୁଲିବାକୁ ଯାଇଥିବାବେଳେ ତାଙ୍କୁ ଗୁଳି କରାଯାଇଛି। ଫଳରେ ତବରେଜ୍ , ସ୍ତ୍ରୀ ଫରାହଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ରାଜସ୍ଥାନ ଜୟପୁରରୁ ୫୦ ଲୋକଙ୍କ ସହ ମିଶି କାଶ୍ମୀର ବୁଲିବାକୁ ଯାଇଥିଲେ। ରବିବାର ରାତିରେ ପହଲଗ୍ରାମରେ ଏହି ଅଘଟଣ ଘଟିଛି। ଗ୍ରୀଷ୍ମଋତୁରେ ଦେଶର କୋଣ ଅନୁକୋଣରୁ କାଶ୍ମୀରକୁ ବହୁ ପର୍ଯ୍ୟଟକଙ୍କର ସୁଅ ଛୁଟେ । କିନ୍ତୁ ଏହି ଘଟଣା ଘଟିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଗୁଳି ତବରେଜ୍ ଙ୍କ ଆଖି ପାଖରେ ବାଜିଥିବାବେଳେ ଫରାହଙ୍କ ଗୋଡରେ ଆଘାତ ଲାଗିଛି । ସେପଟେ ସ୍ଥାନୀୟ ପୁଲିସ୍ ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories