ଏହି ରାଶିର ଲୋକ ଆଜି ନୂଆ ବ୍ୟବସାୟିକ ଯୋଜନା କରିପାରନ୍ତି: ସୋମବାର ରାଶିଫଳ

ମେଷ: ନିଜ ବକ୍ତବ୍ୟରେ ଶତ୍ରୁକୁ ଉଚ୍ଚ ପିଢ଼ା ଦେଇ ନିଜ ସତ୍‌ଚରିତ୍ର ସାଧୁ ହୃଦୟର ପରିଚୟ ସୃଷ୍ଟି କରିବେ। ସ୍ବାର୍ଥ ଜଡ଼ିତ ​ସେବା କ୍ଷେତ୍ରରେ ରହି ମଧ୍ୟ ଜନ କଲ୍ୟାଣ ଅଭିମୁଖୀ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
ବୃଷ: ପୂର୍ବ ପ୍ରଚଳିତ ଯୋଜନାରେ ସୁଫଳ ସ୍ବରୂପ ବିଭିନ୍ନ ସୂତ୍ରରୁ ପ୍ରଚୁର ଧନ ଆସି ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ପତ୍ନୀଙ୍କ ଅଳଙ୍କାର ପ୍ରେମ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରି​‌ବେ। ଧାର୍ମିକ ଓ ତେଜସ୍ବୀ ହେବେ।
ମିଥୁନ: କୃଷି ପ୍ରଧାନ ରାଜ୍ୟ ଉତ୍କଳର ଜଣେ ସୁଯୋଗ୍ୟ ସନ୍ତାନଭାବେ ଦୀକ୍ଷିତ ହେବେ। କୃଷି କର୍ମର ଜ୍ଞାନ ବିତରଣ କରି କୃଷକଙ୍କ କୃଷି ଉତ୍ପାଦନର ସହାୟକ ହେବେ। ଉତ୍କଳର ଖାଦ୍ୟ ଭଣ୍ଡାରକୁ ପରିପୂର୍ଣ୍ଣ କରିବେ।
କର୍କଟ: ଈଶ୍ବରୀୟ ଭକ୍ତିରେ ଶକ୍ତିସମ୍ପନ୍ନ ହୋଇ ଜଣେ ଯୋଗାରୁଢ଼ ସାଧକ ଭାବେ ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସାହସୀ ଓ ପ୍ରେମୀ ଭାବେ ସ୍ବେଚ୍ଛାକୃତ ସେବକ ହୋଇପାରନ୍ତି। ଅନୁଜଙ୍କ ଭକ୍ତିଭାବ ପ୍ରାପ୍ତ ହେବେ।
ସିଂହ: ଜଣେ ଶିଶୁବତ୍ସଳ ଓ ବିଦ୍ୟାପ୍ରେମୀ ଭାବେ ଆଶ୍ରିତ ଛାତ୍ରଛାତ୍ରୀଙ୍କ ପ୍ରତି ମଧୁର ଭାଷା ବ୍ୟବହାର କରି ପରମ କଲ୍ୟାଣୀୟ ମାର୍ଗରେ ସେମାନଙ୍କୁ ମାର୍ଗୀ କରିପାରନ୍ତି। ପତ୍ନୀଙ୍କ ସହଯୋଗ ରୂପକ ସେବାରେ ସୁଖୀ ହେବେ।
କନ୍ୟା: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ତୁଳା: ଜଣେ ରାଜଯୋଗୀଭାବେ ଆପଣ ସଦାସର୍ବଦା କର୍ମଚଞ୍ଚଳ ରହିବେ। ଆପଣଙ୍କ ଆଜିର ଭାଷା ଏପରି ନମନୀୟ ଓ କମନୀୟ ହେବ ଯେ ଯାହା ଫଳରେ ପରକୁ ଆପଣାର କରିବେ। ଅନ୍ନଦାନ କରିପାରନ୍ତି।
ବିଛା: ଅସାଧ୍ୟ ସାଧନର କଳା ଆପଣଙ୍କର ଅଛି। ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ଅସମ୍ଭବ ଏକ ଶବ୍ଦ ଯାହା ଆପଣଙ୍କ ଅଭିଧାନରେ ନାହିଁ। ନିଷ୍ଠାପର କାର୍ଯ୍ୟ ଯୋଗୁଁ ପୁରସ୍କୃତ ହେବେ।
ଧନୁ: ମନରେ ଧ୍ୟାନର ଦୀପ ପ୍ରଜ୍ଜ୍ବଳନ କରି ଆତ୍ମଶକ୍ତିକୁ ଗରିମାମୟ କରିପାରନ୍ତି। ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜ ଧର୍ମ ଶ୍ରେଷ୍ଠ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶ୍ରେଷ୍ଠ ବିଚାରକ ହେବେ।
ମକର: ଭଲ ରୋଜଗାର ହେବ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍‌ ଓ ରୂପବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ମହତ୍‌ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ।
କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ ଓ ମିଳିଥିବା କ୍ଷମତାର ସଦୁପଯୋଗ କରି ପ୍ରଶଂସାର ପାତ୍ର ହେବେ। ପରୋପକାର ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅର୍ଥାଗମର ସୂଚନା ମିଳୁଛି।
ମୀନ: କୌଣସି କାର୍ଯ୍ୟ ତରବର ହୋଇ ନିଷ୍ପତ୍ତି ନେଲେ ସୁଫଳ ମିଳିବା କଷ୍ଟସାଧ୍ୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବେ।

Comments are closed.