ବିଦ୍ୟୁତ ଆଘାତରେ ଶ୍ରମିକ ଆହତ

ବାଲେଶ୍ବର : ବାଲେଶ୍ବର ଜିଲାର ଖନ୍ତାପଡା ରେଳ ଷ୍ଟେସନରେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ହେଉଛନ୍ତି ନଇଛଣପୁର ଗ୍ରାମର ଉମେଶ ମଲିକ୍। ସେ କୋଇଲା ବୋଝେଇ ଟ୍ରେନରୁ ଅନଲୋଡିଂ କାର୍ଯ୍ୟ କରୁଥିଲେ। ସେହି ସମୟରେ ଟ୍ରେନ ଲାଇନ ଉପରେ ଯାଇଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଉମେଶ ଆସିବାରୁ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହାପରେ ଅନଲୋଡିଂ କାର୍ଯ୍ୟ କରୁଥିବା ଶ୍ରମିକମାନେ ସକାଳ ୬ଟା ୪୦ମିନିଟରେ ଟ୍ରେନକୁ ଅଟକାଇଥିଲେ। ଫଳରେ ଦକ୍ଷିଣ ପୂର୍ବ ରେଳପଥର ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତାପରେ ରେଳ କର୍ମଚାରୀଙ୍କ ସହ ଏହି ବିଷୟରେ ଆଲୋଚନା ହେବାକୁ ପ୍ରତିଶ୍ରୁତି ମିଳିବା ପରେ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ୮.୩୦ଟାରେ ଟ୍ରେନ ଚଳାଚଳ ହୋଇଥିଲା।

Comments are closed.