ଚାଷୀଙ୍କୁ ମିଳିବ ଉଚିତ ମୂଲ୍ୟ,ଚାଷ ପୂର୍ବରୁ ହେବ ଚୁକ୍ତି

0

ଭୁବନେଶ୍ୱର:ଏଣିକି ଚାଷୀମାନେ ଫସଲ କରିବା ପୂର୍ବରୁ କେତେ ଉତ୍ପାଦିତ ମୂଲ୍ୟ ପାଇବେ ତାହା ଆଗତୁରା ସ୍ଥିର ହେବ ଏବଂ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର କୃଷିମନ୍ତ୍ରୀଙ୍କୁ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ପାଦିତ ଶସ୍ୟର ଉଚିତ୍‍ ମୂଲ୍ୟ କିଭଳି ଚାଷୀ ପାଇବେ ସେନେଇ ବିସ୍ତୃତ ଆଲୋଚନା ପରେ କଣ୍ଟ୍ରାକ୍ଟ ଫାର୍ମିଂ ଆଇନ ପାରିତ ହୋଇଛି। ଏନେଇ ଖୁବ୍‍ଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦେଶନାମା ଜାରି ହେବ। ଏହାଦ୍ୱାରା ରାଜ୍ୟର ଚାଷୀକୁଳ ବିଶେଷ ଭାବେ ଉପକୃତ ହେବେ।
ଆଇନ ଅନୁଯାୟୀ କୃଷି ଠିକାଦାରମାନେ ସଂପୃକ୍ତ ଅଞ୍ଚଳଗସ୍ତ କରି ବ୍ୟକ୍ତିଗତ ଭାବେ ହେଉ ଅବା ଗୋଷ୍ଠୀଗତ ଭାବେ ଚାଷୀଙ୍କ ସହ ପରାମର୍ଶ କରି ବୁଝାମଣାପତ୍ର ସ୍ୱାକ୍ଷର କରିବେ। ଯଦି ଦୈବୀଦୁର୍ବିପାକରେ ଫସଲ ଉଜୁଡ଼ି ଯାଏ ତେବେ ଚାଷୀଙ୍କୁ ଚୁକ୍ତିନାମା ଅନୁଯାୟୀ ପ୍ରାପ୍ୟ ମିଳିବ। ଯଦି ଫସଲର ଦାମ ବୃଦ୍ଧି ପାଏ ତେବେ ଅଧିକ ମୂଲ୍ୟ ମିଳିବ। ଓଡ଼ିଶାରେ ୨୦୧୯ରେ ଏହ ିନୀତି କାର୍ଯ୍ୟକାରୀ ହେବାକୁ ଯାଉଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Leave A Reply