ମାଓବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ, ୫ ଆହତ

0

ଦାନ୍ତେୱାଡ଼ା : ଛତିଶଗଡ଼ ଦାନ୍ତେୱାଡ଼ା ଜିଲାରେ ସୋମବାର ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି ଓ ୫ ଜଣ ଆହତ ହୋଇଛନ୍ତି। ଆକ୍ରମଣ ସମୟରେ ମାଓବାଦୀମାନେ ଏକ ଆଇଡ଼ି ବିସ୍ଫୋରଣ କରିଥିଲେ। ଯବାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଆହତ ଯବାନଙ୍କୁ ହସ୍ପିଟାଲାରେ ଭର୍ତ୍ତି କରାଯାଇଛି। ଆହତ ଯବାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ସୂଚନା ଅନୁସାରେ ସିଆରପିଏଫ ୨୩୧ ବାଟାଲିୟନ ୟୁନିଟ ସଡ଼କ ଦେଇ ଅରାନପୁର ଅଞ୍ଚଳକୁ ଯାଉଥିଲେ। ଅପରାହ୍ଣ ପ୍ରାୟ ସାଢେ ୪ଟା ସମୟରେ ଏକ ଆଇଡ଼ି ବିସ୍ଫୋରଣ ଘଟିଥିଲା। ଏଥିରେ ୫ ଜଣ ଯବାନ ଆହତ ହୋଇଥିଲେ। ଏହାପରେ ମାଓବାଦୀମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ନିଆଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରାଯାଇଛି।

Leave A Reply