www.samajalive.in
Monday, December 15, 2025
24.1 C
Bhubaneswar

ଟ୍ବେଣ୍ଟି୨୦, ଟେଷ୍ଟ ଦଳକୁ ଫେରିବେ ଶ୍ରେୟସ

ନୂଆଦିଲ୍ଲ: ବ୍ୟାଟ୍‌ସମ୍ୟାନ ଶ୍ରେୟସ ଆୟର ଆଇପିଏଲ-୨୦୨୫ରେ ଭଲ ପ୍ରଦର୍ଶନ କରି ୬୦୪ ରନ୍‌ କରିଥିଲେ। ଉକ୍ତ ପ୍ରଦର୍ଶନ ସତ୍ତ୍ବେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ସ୍ଥାନ ମିଳିନଥିଲା। ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାରେ ଭାରତ ୩ ନମ୍ବର ସ୍ଥାନ ବ୍ୟାଟିଂକୁ ନେଇ ସଙ୍କଟରେ ପଡ଼ିବା ସହିତ ସମସ୍ୟା ଭୋଗିଥିଲା। ୩ ନମ୍ବର ସ୍ଥାନକୁ ନେଇ ସମସ୍ୟା ସୃଷ୍ଟି ହେବା ପରେ ଶ୍ରେୟସ ଆୟରଙ୍କ ପାଇଁ ଭାରତୀୟ ଟେଷ୍ଟ ଦଳର ରାସ୍ତା ମଧ୍ୟ ଫିଟିଛି। ଶ୍ରେୟସ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ୍‌ ଟ୍ବେଣ୍ଟି୨୦ କ୍ରିକେଟ ଓ ଘରୋଇ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଦଳରେ ସ୍ଥାନ ପାଇବା ନେଇ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଭାରତ ଭଲ ପ୍ରଦର୍ଶନ କରି ଶୃଙ୍ଖଳାକୁ ୨-୨ ଡ୍ର ରଖିଥିଲେ ମଧ୍ୟ ୩ ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ସମସ୍ୟା ଲାଗି ରହିଥିଲା। କରୁଣ ନାୟର ଓ ସାଇ ସୁଦର୍ଶନ ୩ ନମ୍ବର ସ୍ଥାନରେ ଖେଳିବାକୁ ସୁଯୋଗ ପାଇଥିଲେ ମଧ୍ୟ ଭଲ ପ୍ରଦର୍ଶନ କରି ପାରିନଥିଲେ। ଟେଷ୍ଟ କ୍ରିକେଟରେ ଏବେ ଉକ୍ତ ସ୍ଥାନକୁ ନେଇ ବିସିସିଆଇ ସିନିୟର ମନୋନୟନ କମିଟି ଚିନ୍ତାରେ ପଡ଼ିଛି। ୩ ନମ୍ବର ସ୍ଥାନ ପାଇଁ ସାଇ ସୁଦର୍ଶନ, କରୁଣ ନାୟରଙ୍କ ସମେତ ସର୍ଫରାଜ ଖାନ ଓ ଧ୍ରୁବ ଜୁରେଲ ରହିଛନ୍ତି। ଉକ୍ତ ୪ ବ୍ୟାଟ୍‌ସମ୍ୟାନଙ୍କ ସହ ଶ୍ରେୟସ ଆୟର ମଧ୍ୟ ରହିଛନ୍ତି। ଘରୋଇ ଗ୍ରାଉଣ୍ଡରେ ଭାରତ ଆଗକୁ ୪ଟି ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ସ୍ପିନ୍‌ ପିଚ୍‌ରେ ଶ୍ରେୟସଙ୍କ ପ୍ରଦର୍ଶନ ଭଲ ରହୁଥିବାରୁ ଉକ୍ତ ୪ ଟେଷ୍ଟରେ ସେ ଦଳରେ ସ୍ଥାନପାଇବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ଶ୍ରେୟସ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାର ମଧ୍ୟ ଦକ୍ଷତା ରଖିଛନ୍ତି। ଏହି ଦୃଷ୍ଟିରୁ ଆଗାମୀ ଟେଷ୍ଟ ଶୃଙ୍ଖଳାରେ ଶ୍ରେୟସ ୩ ନମ୍ବର ସ୍ଥାନ ପାଇଁ ପ୍ରଥମ ପସନ୍ଦର ଖେଳାଳି ହେବେ। ଟ୍ବେଣ୍ଟି୨୦ରେ ତିଳକ ବର୍ମା ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିଥାନ୍ତି। ଆଇପିଏଲରେ ତିଳକଙ୍କ ପ୍ରଦର୍ଶନ ଭଲ ନଥିବାରୁ ଶ୍ରେୟସଙ୍କୁ ଉକ୍ତ ସ୍ଥାନରେ ସୁଯୋଗ ମିଳିବା ନେଇ ଆଶା କରାଯାଉଛି। ଏବେ ଟେଷ୍ଟ କିମ୍ବା ଟ୍ବେଣ୍ଟି୨୦ରେ ୩ ନମ୍ବର ସ୍ଥାନକୁ ନେଇ ସାଇ ସୁଦର୍ଶନ, ସର୍ଫରାଜ ଖାନ, ଧ୍ରୁବ ଜୁରେଲ, କରୁଣ ନାୟର ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତା ​‌େ​‌ହବ। ଏସିଆ କପ୍‌ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଲାଗି ଦୁଲୀପ ଟ୍ରଫି ପରେ ଭାରତୀୟ ଦଳ ଘୋଷଣା କରାଯିବ। ଏହି ଦୃଷ୍ଟିରୁ ଦୁଲୀପ ଟ୍ରଫି ଖେଳାଳିଙ୍କ ପାଇଁ ଗୁରୁତ୍ବ ବହନ କରିବ। ଶ୍ରେୟସ ଓ ସର୍ଫରାଜ ଦୁଲୀପ ଟ୍ରଫିରେ ପଶ୍ଚିମାଞ୍ଚଳ ଓ କରୁଣ ନାୟର ଦକ୍ଷିଣାଞ୍ଚଳରୁ ଖେଳିବେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories