ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିଛନ୍ତି । ସହିଦ ସପ୍ତାହ ପାଳନ କରୁଥିବାର ଏକ ଭିଡିଓ ବର୍ତ୍ତମାନ ମାଓ ସଙ୍ଗଠନ ପକ୍ଷରୁ ଜାରି କରାଯାଇଛି। ଦୀର୍ଘ ସମୟ ପରେ ମାଓବାଦୀ ଏହି ସହିଦ ସପ୍ତାହ ପାଳନ କରୁଥିବାର ଭିଡିଓ ସାମ୍ନା କୁ ଆସିଥିବା ବେଳେ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ଦେଖିବାକୁ ମିଳିଛି। ଛତିଶଗଡ଼ର ବସ୍ତର ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସହିଦ ସପ୍ତାହ ପାଳନ କରାଯାଇଥିବା କୁହାଯାଇଛି।
ମାଓବାଦୀ ସଂଗଠନର ସଦସ୍ୟମାନେ ପାରମ୍ପରିକ ଢୋଲର ସଙ୍ଗେ ନୃତ୍ୟ କରୁଛନ୍ତି ଓ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ଉପସ୍ଥିତି ଥିବା ଦେଖିବାକୁ ମିଳିଛି। ମାଓବାଦୀଙ୍କ ବରିଷ୍ଠ ନେତା ବସବରାଜୁ ଓ ତାଙ୍କ ସହଯୋଗୀମାନଙ୍କ ପାଇଁ ଏକ ନୂତନ ସ୍ମାରକ ନିର୍ମାଣ କରିଥିବା ମଧ୍ୟ ଜଣାପଡିଛି। ସେହିପରି ମାଓ ବ୍ୟାନର୍ରେ “କେନ୍ଦ୍ରୀୟ କମିଟି ସଦସ୍ୟ ଚଳପତି ଓ ଗୌତମ ଅମର ରହନ୍ତୁ”, “ଅମରଶହୀଦଙ୍କ ତ୍ୟାଗକୁ ଉଚ୍ଚରେ ରଖିବା”, “ଶହୀଦଙ୍କ ତ୍ୟାଗ ବ୍ୟର୍ଥ ହେବନାହିଁ”, ଏବଂ “ଅପରେସନ କାଗର୍ ଦମନକୁ ଆମେ ପରାଜିତ କରିବୁ” ପରି ସ୍ଲୋଗାନ୍ ଲେଖାଯାଇଛି।
ସହିଦ ସପ୍ତାହ ପାଳନ କଲେ ମାଓବାଦୀ
Popular Categories



