www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀମନ୍ଦିର କଟକଣା କୋହଳ-ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ ସାର୍ଟିଫିକେଟ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଶ୍ରୀମନ୍ଦିରରେ ପ୍ରବେଶ କଟକଣା କୋହଳ ହୋଇଛି। ଏଣିକି ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ। ଫେବୃଆରୀ ୨୧ ପରେ ବିନା ଟିକା ସାର୍ଟିଫିକେଟରେ ପ୍ରବେଶ କରିହେବ। ଅଧିକାଂଶ ଡବଲ ଡୋଜ ନେଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି। ଏବେ ଡବଲ ଡୋଜ ଟିକା ନେଇଥିବା ସାର୍ଟିଫିକେଟ ଦେଖାଇ ପ୍ରବେଶ କରିହେଉଥିଲା।

ମିଳିଥିବା ସୂଚନା ଅନୁଯାୟୀ ଫେବୃଆରୀ ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗା ଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କଟକଣା କୋହଳ କଲା ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି କରୋନା ଟିକା ପ୍ରମାଣପତ୍ର। ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା, ଯାହା ଶ୍ରଦ୍ଧାଳୁଙ୍କ ମନକୁ କଷ୍ଟ ଦେଉଥିଲା। ବଡଦାଣ୍ଡରେ ଥାଇ ଜଗା ମୁଣ୍ଡିଆ ମାରି ଭକ୍ତଙ୍କୁ ଫେରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ତେଣୁ ସରକାର କରୋନା କଟକଣା କୋହଳ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories