www.samajalive.in
Sunday, December 7, 2025
14.1 C
Bhubaneswar

ଏନଇଇଟି ବାତିଲ ଆବେଦନ ଶୁଣାଣି ଲାଗି ମନା କଲେ ସୁପ୍ରିମକୋର୍ଟ: ୧୩ ତାରିଖରେ ଦେଶବ୍ୟାପୀ ପରୀକ୍ଷା

ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା ‘ଏନଇଇଟି’ ସ୍ଥଗିତ ରଖିବା କିମ୍ବା ରଦ୍ଦ କରାଯିବା ନିମନ୍ତେ ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଦେଇଛନ୍ତି । ଜଷ୍ଟିସ ଅଶୋକଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଚିକିତ୍ସା ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପରୀକ୍ଷା କର୍ତ୍ତୃପକ୍ଷ ସବୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ତେଣୁ ‘ଆମକୁ କ୍ଷମା କରନ୍ତୁ, ଆମେ ଏହାର ଶୁଣାଣି କରିବାକୁ ଚାହୁଁନାହୁଁ ।’ ସୂଚନାଯୋଗ୍ୟ ଯେ ପୂର୍ବରୁ ଏନଇଇଟି ଓ ଜେଇଇ ପରୀକ୍ଷା ଅନୁମତି ସଂକ୍ରାନ୍ତରେ ୧୭ ତାରିଖରେ ଅଣ ବିଜେପି ଶାସିତ ୬ ରାଜ୍ୟର ମନ୍ତ୍ରୀମାନଙ୍କ ଆବେଦନକୁ ପୂର୍ବରୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।

ସାରା ଦେଶରେ ଜେଇଇ ମେନ୍ ପରୀକ୍ଷା ସଫଳତାର ସହ ଶେଷ କରାଯିବା ପରେ ଏବେ ଏନଟିଏ (ନେସନାଲ ଟେଷ୍ଟିଂ ଏଜେନ୍ସି)  କର୍ତ୍ତୃପକ୍ଷ ଏନଇଇଟି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସାରା ଦେଶରେ ଆସନ୍ତା ୧୩ ତାରିଖରେ ଏନଇଇଟି ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିଲାଗି ପ୍ରାୟ ୧୫ ଲକ୍ଷ ବିଦ୍ୟାର୍ଥୀ ପଞ୍ଜିକରଣ କରିଛନ୍ତି ।

- Advertisement -

ଏନଟିଏର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କରୋନା ମହାମାରୀ ଯୋଗୁ ପୂର୍ବରୁ ଦୁଇଦୁଇଥର ପରୀକ୍ଷା ବାତିଲ ପରେ ସେପ୍ଟେମ୍ବର ମାସରେ ଏହା ଆୟୋଜନ ହୋଇଛି । ଚଳିତ ବର୍ଷ ଏନଇଇଟି ନିମନ୍ତେ ୧୫.୯୭ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ମେଡ଼ିକାଲ ପ୍ରବେଶ ପରୀକ୍ଷା ପେନ-ପେପରଯୁକ୍ତ ହେବ ଏବଂ ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଛି । ସେହିପରି ପ୍ରତ୍ୟେକ ପରୀକ୍ଷା କୋଠରୀରେ ଛାତ୍ରଙ୍କ ସଂଖ୍ୟା ୨୪ରୁ ୧୨କୁ ହ୍ରାସ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories