ରୋଜଗାରର ନୂଆ ପନ୍ଥା କସ୍‍ମେଟୋଲୋଜି

0

କସ୍‍ମେଟୋଲୋଜି ଏକ ବିଜ୍ଞାନ ଯେଉଁଥିରେ ମଣିଷର ସୌନ୍ଦର୍ୟ୍ୟ ଚର୍ଚ୍ଚା କରାଯାଏ। ଭିନ୍ନଭିନ୍ନ ପ୍ରକାର ସୌନ୍ଦର୍ୟ୍ୟ ଥେରାପି ସହାୟତାରେ ମୁହଁ, କେଶ ଏବଂ ସମଗ୍ର ଶରୀରକୁ ସୁନ୍ଦର କରିବାର ଚେଷ୍ଟା କରାଯାଏ। ଏହି କ୍ଷେତ୍ରକୁ ଆସିବା ଲାଗି ବିଶେଷ ପାଠ୍ୟକ୍ରମ କିମ୍ବା ଡିଗ୍ରୀ ଆବଶ୍ୟକ ନଥିଲେ ସୁଦ୍ଧା ଅନେକ ସଂସ୍ଥା ଯୁକ୍ତ ଦୁଇ ଏବଂ ବିଏସ୍‍ସି ପରେ ଏହି ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ଦେଉଛନ୍ତି। ସୌନ୍ଦର୍ୟ୍ୟ ପ୍ରସାଧନରେ ଡିପ୍ଲୋମା, ବ୍ୟୁଟି ଥେରାପି, ହେୟାର ଷ୍ଟାଇଲିଂ, ମେକ୍‍ଅପ, ମସାଜ୍‍, ଫେସିଆଲ, ଆରୋମା ଥେରାପି ଆଦି କରିପାରିବେ।

ନିଯୁକ୍ତି ସୁଯୋଗ
କସ୍‍ମେଟୋଲୋଜି କ୍ଷେତ୍ରରେ ନିଯୁକ୍ତିର ଅଭାବ ନାହିଁ। ପାଠ୍ୟକ୍ରମ ସମ୍ପୂର୍ଣ୍ଣ ହେବା ପରେ ବଡବଡ ସାଲୋନ୍‍, ସ୍ପା, ରିସର୍ଟ ଏବଂ ହୋଟେଲ ଆଦିରେ ରହିପାରିବେ। ନିଜସ୍ୱ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ଏଥିରେ ଆଗ୍ରହୀ ନଥିଲେ ହେଲ୍‍ଥ କ୍ଲବ୍‍ରେ ଇନ୍‍ଷ୍ଟ୍ରକ୍ଟର କିମ୍ବା କସ୍‍ମେଟୋଲୋଜି ସ୍କୁଲରେ ଶିକ୍ଷକ ଭାବେ ଯୋଗ ଦେଇପାରନ୍ତି। ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ତଥା ୱେବ୍‍ ପବ୍ଲିକେସନ୍‍ରେ ମଧ୍ୟ ପରାମର୍ଶଦାତା ରହିପାରିବେ। ପ୍ରାରମ୍ଭରେ
ସୁନ୍ଦର ଦେଖାଯିବାକୁ କିଏ ବା ପସନ୍ଦ ନକରିବେ! ଏଇଥିପାଇଁ ଫେସନ୍‍ ଇଣ୍ଡଷ୍ଟ୍ରୀ ଦ୍ରୁତ ବେଗରେ ଅଭିବୃଦ୍ଧି କରିଚାଲିଛି। ଏ କ୍ଷେତ୍ରରେ କ୍ୟାରିୟର ଗଢିବା ଲାଗି ମଧ୍ୟ ନୂଆନୂଆ ବିକଳ୍ପ ସୃଷ୍ଟି ହେଉଛି। ଏହିପରି ଏକ ବିଭାଗ ହେଉଛି କସ୍‍ମେଟୋଲୋଜି। ଏହି କ୍ଷେତ୍ରକୁ ମହିଳାମାନେ ବେଶି ପସନ୍ଦ କରୁଥିଲେ ବି ପୁରୁଷମାନେ ମଧ୍ୟ ଆସିଲେଣି।

prayash

ବାର୍ଷିକ ୩ରୁ ୪ଲକ୍ଷ ଟଙ୍କା ରୋଜଗାର ସମ୍ଭବ ହେବ। ପରେ ଅଭିଜ୍ଞତା ବଢିବା ସହିତ ରୋଜଗାର ମଧ୍ୟ ବଢିଚାଲିବ।
ତେବେ କସ୍‍ମେଟୋଲୋଜିଷ୍ଟ ଭାବେ କ୍ୟାରିୟର ଗଢିବାକୁ ଚାହୁଁଥିଲେ ଏଥିପାଇଁ ଲାଇସେନ୍ସ ନିହାତି ଦରକାର। ଡିପ୍ଲୋମା ସହିତ ୧୦ଗ୍ରେଡ୍‍ ପୂରଣ କଲେ ଲାଇସେନ୍ସ ମିଳିଥାଏ। ଏହା ବ୍ୟତୀତ ୧୬୦୦ଘଣ୍ଟାର କସ୍‍ମେଟୋଲୋଜି ପାଠ୍ୟକ୍ରମ ପଢିବା କିମ୍ବା କୌଣସି ମାନ୍ୟତାପ୍ରାପ୍ତ ସାଲୋନ୍‍ରେ ୩ହଜାର ଘଣ୍ଟା କାମ କରିଥିବା ଜରୁରୀ।

କେଉଁଠି ପଢ଼ିବେ
ଏକାଧିକ ସରକାରୀ ଏବଂ ବେସରକାରୀ ସଂସ୍ଥାରେ ଏହି ପାଠ୍ୟକ୍ରମର ସୁବିଧା ରହିଛି। ଦେଶରେ ଥିବା ବିଭିନ୍ନ ବେସରକାରୀ ସଂସ୍ଥାରୁ ସ୍କିନ୍‍ ଏସ୍‍ଥେଟିକ୍ସରେ ଡିପ୍ଲୋମା କିମ୍ବା ଡିଗ୍ରୀ ପାଠ୍ୟକ୍ରମ ଶେଷ କରିପାରିବେ। ନିମ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ କସ୍‍ମେଟୋଲୋଜି ପଢିବାର ସୁବିଧା ରହିଛି।
୧. ଇନ୍‍ଷ୍ଟିଚ୍ୟୁଟ ଅଫ୍‍ କସ୍‍ମେଟୋଲୋଜି ଆଣ୍ଡ୍‍ ଲେଜର ସାଇନ୍ସ, ମୁମ୍ବଇ
୨. ଭିଏଲ୍‍ସିସି ଇନ୍‍ଷ୍ଟିଚ୍ୟୁଟ, ହାଇଦ୍ରାବାଦ
୩. ଜବାହରଲାଲ ନେହରୁ ଟେକ୍‍ନିକାଲ ୟୁନିଭର୍ସିଟି, ହାଇଦ୍ରାବାଦ
୪. ଶାହାନାଜ ହୁସେନ୍‍ ଇଣ୍ଟରନ୍ୟାସନାଲ ବିଉଟି ଏକାଡେମୀ, ନୂଆଦିଲ୍ଲୀ
୫. ନ୍ୟାସନାଲ ଆଣ୍ଡ୍‍ ରିଜିଓନାଲ ଭୋକେସନାଲ ଟ୍ରେନିଂ ଇନ୍‍ଷ୍ଟିଚ୍ୟୁଟ ଫର୍‍ ଓମେନ୍‍ (ଶ୍ରମ ମନ୍ତ୍ରଣାଳୟ, ଭାରତ ସରକାର) ଦିଲ୍ଲୀ, ନୋଏଡା, କଲକାତା, ହିସାର, ଇନ୍ଦୋର,ଭଦୋଦରା

kalyan agarbati
Leave A Reply