www.samajalive.in
Saturday, December 6, 2025
26.1 C
Bhubaneswar

ଓଏଏସ ପରୀକ୍ଷାରେ ୩୦ ନମ୍ବର ସ୍ଥାନରେ ଫୁଲବାଣୀର ଚନ୍ଦନ ସାହୁ

ଫୁଲବାଣୀ: ସଦ୍ୟ ଘୋଷିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳରେ ୩୦ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି ଫୁଲବାଣୀ ସହର ହନୁମାନ ମନ୍ଦିର ସାହିର ଚନ୍ଦନ କୁମାର ସାହୁ। ଦ୍ବିତୀୟ ଉଦ୍ୟମରେ ଏହି ସଫଳତା ହାସଲ କରିଛନ୍ତି ଚନ୍ଦନ। ବାପା ଶାନ୍ତନୁ କୁମାର ସାହୁ ବିଦ୍ୟୁତ ବିଭାଗରେ ମିଟର ରିଡର ଭାବେ କାର୍ଯ୍ୟ କରୁଥିବାବେଳେ ମାଆ ରୀତା ସାହୁ ଜଣେ ଗୃହିଣୀ। ପିଲାଟି ଦିନରୁ ଚନ୍ଦନ ଥିଲେ ଜଣେ ମେଧାବୀ ଛାତ୍ର। ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ମାଟ୍ରିକ ପାସ୍ କରିବାପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇ ଓ ପରେ ଏକ ଘରୋଇ କଲେଜରୁ ଯୁକ୍ତ ତିନି ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଯୋଗ୍ୟତା ହାସଲ କରିଥିଲେ। ବର୍ତ୍ତମାନ ସେ ଫୁଲବାଣୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି। ବାପାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗ ତଥା ମାଆଙ୍କ ପ୍ରେରଣା ତାଙ୍କ ସଫଳତାର ରହସ୍ୟ ବୋଲି କହିଛନ୍ତି ଚନ୍ଦନ। ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟର ଅଗଣିତ ସାଧାରଣ ଲୋକଙ୍କ ସେବା ତାଙ୍କର ଏକମାତ୍ର ସଂକଳ୍ପ ବୋଲି ଏ ଅବସରରେ ସେ ପ୍ରକାଶ କରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories