www.samajalive.in
Saturday, December 6, 2025
23.1 C
Bhubaneswar

ଲଣ୍ଡନ ସ୍କୁଲରେ ସଂସ୍କୃତ ପାଠ୍ୟକ୍ରମ ହେଲା ବାଧ୍ୟତାମୂଳକ

ସମାଜ ଡିଜିଟାଲ ଡେସ୍କ: ସଂସ୍କୃତ ଶିକ୍ଷା ପ୍ରତି ଭାରତରେ ଅନାଗ୍ରହ ରହିଥିବା ବେଳେ ପଶ୍ଚିମ ଦେଶ ସମୁହରେ ସଂସ୍କୃତ ଶିକ୍ଷା ପ୍ରତି ଆଦର ବଢିବାରେ ଲାଗିଛି। ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏହାର ଜୁନିୟର ବିଦ୍ୟାର୍ଥୀମାନଙ୍କ ପାଇଁ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ ବିଷୟ କରାଯାଇଛି। ସଂସ୍କୃତ ମାଧ୍ୟମରେ ବିଜ୍ଞାନ, ଗଣିତ ଏବଂ ଅନ୍ୟପାଠ୍ୟକ୍ରମ ଗୁଡିକୁ ମନେ ରଖିବା ଅନ୍ୟ ଭାଷାଠାରୁ ସହଜ ସାଧ୍ୟ ବୋଲି ସ୍କୁଲ କର୍ତ୍ତୃପକ୍ଷ ଅନୁଭବ କରି ଏହାକୁ ବାଧ୍ୟତାମୂଳକ କରିଛନ୍ତି। ଏହି ବିଦ୍ୟାଳୟ ସମୁହର ସଂସ୍କୃତ ବିଭାଗୀୟ ମୁଖ୍ୟ ୱାରୱିଇକ୍‌‌ ଜେସପ୍‌‌ କହିଛନ୍ତି ଯେ ସଂସ୍କୃତ ହେଉଛି ବିଶ୍ୱର ସବୁଠାରୁ ‘ପରଫେକ୍ଟ ଓ ଲଜିକାଲ୍‌‌ ଲାଙ୍ଗୁଏଜ୍‌‌’।

ସଂସ୍କୃତ ଭାଷା ଦ୍ୱାରା ସମଗ୍ର ବିଶ୍ୱରେ ଅନେକ ବିଜ୍ଞାନ ଭିତ୍ତିକ ତଥ୍ୟକୁ ସୁବିଧାରେ ଜାଣିହେବ ବୋଲି ଜେସପ୍‌‌ ମତ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଲ୍‌‌ ମସ୍‌‌ କହିଛନ୍ତି ଦେବନାଗିରି ଲିପି ଓ କଥିତ ସଂସ୍କୃତ ଭାଷା ମାଧ୍ୟମରେ ଜଣେ ଶିଶୁ ବିଦ୍ୟାର୍ଥୀ ସହଜରେ ଏହାର ଆଙ୍ଗୁଳି ଏବଂ ଜିଭର ଜଟିଳତା ଦୂର କରିପାରିବ। ବିଶ୍ୱରେ ସଂସ୍କୃତ ହିଁ ସର୍ବଶ୍ରେଷ୍ଠ ଭାଷା ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନର ୟୁରୋପୀୟ ଭାଷାରେ ଜିଭ ଓ ମୁଖର ସମୁଦାୟ ଅଂଶ ବ୍ୟବହାର ହେଉନାହିଁ। ଏହାସହିତ ଲେଖିବା ବେଳେ ଆଙ୍ଗୁଳିର ସମ୍ପୂର୍ଣ୍ଣ ପରିଚାଳନା ହେଉନାହିଁ। ଏହି ଦୃଷ୍ଟିରୁ ସଂସ୍କୃତ ଏହାର ଏକ ଧ୍ୱନି ମାଧ୍ୟମରେ ମସ୍ତିଷ୍କକୁ ସକ୍ରିୟ କରେ ଏବଂ ଆଙ୍ଗୁଳି ଓ ଜିଭାର ଜଟଳିତା ଦୂର ହୁଏ ବୋଲି ପଲ୍‌‌ ମସ୍‌‌ ମତ ଦେଇଛନ୍ତି। ଏହି ବିଦ୍ୟାଳୟ କେବଳ ଶିଶୁମାନଙ୍କ ଲାଗି ନୁହେଁ ବରଂ ସମସ୍ତ ବ୍ୟୟସ୍କ ବ୍ୟକ୍ତିଙ୍କ ପାଇଁ ସଂସ୍କୃତ ଭାଷା ଶିକ୍ଷାଲାଭ ପାଇଁ କାର୍ଯ୍ୟକାରୀ କରୁଛି। ସଂସ୍କୃତ ବିଶ୍ୱର ସର୍ବଶ୍ରେଷ୍ଠ ମୌଳିକ ଭାଷା ଭାବେ ଏହି ମିଦ୍ୟାଳୟ ସମୁହ ଦ୍ୱାରା ଆଦୃତ ହୋଇଛି।

- Advertisement -

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories