ସୁପରଷ୍ଟାର ସଲମାନ୍ ଖାନ୍ଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ, ଏବେ ମାଗିଲେ କ୍ଷମା, କହିଲେ ଭୁଲ୍ ହୋଇଗଲା..
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କର ହତ୍ୟା ପରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ । ୧୨ ଅକ୍ଟୋବରରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ନେଇ ଜଣାପଡିଥିଲା । ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ମେସେଜରେ ସଲମାନ୍ ଖାନ୍ଙ୍କ ବିଷୟରେ ମଧ୍ୟ କୁହାଯାଇଥିଲା । ସଲମାନ୍ ଓ ବାବା ସିଦ୍ଦିକିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ୍ଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ୧୮ ଅକ୍ଟୋବରରେ ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଅଜଣା ନମ୍ବରରୁ ମେସେଜ୍ ମିଳିଥିଲା । ଟ୍ରାଫିକ ପୁଲିସକୁ ମିଳିଥିବା ଏକ ହ୍ବାଟସଆପ୍ ବାର୍ତ୍ତାରେ କୁହାଯାଇଥିଲା, ଯଦି ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଶତ୍ରୁତା ଏଡାଇବାକୁ ଚାହୁଁଥାନ୍ତି, ତେବେ ତୁରନ୍ତ ବଟି ଆକାରରେ ୫ କୋଟି ଟଙ୍କା ଦିଅନ୍ତୁ। ଯଦି ଏଥିରେ ସଲମାନ ରାଜି ନ ହୁଅନ୍ତି, ତେବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଯେପରି ହତ୍ୟା କରାଯାଇଛି, ଏ ତୁଳନାରେ ସଲମାନ ଅଧିକ ଭୟଙ୍କର ପରିଣାମ ଭୋଗିବେ ବୋଲି ବାର୍ତ୍ତାରେ ଧମକ ଦିଆଯାଇଛି। ଏହା ଏକ ଧମକପୂର୍ଣ୍ଣ ମେସେଜ୍ ଥିଲା । କାରଣ ଏଥିରେ ଲେଖାଯାଇଥିଲା, ଏହାକୁ ହାଲୁକାରେ ନିଅନ୍ତୁ ନାହିଁ ।
ସମ୍ଭାବ୍ୟ ବାତ୍ୟା ‘ଦାନା’; ଉତ୍ତର ଓଡିଶାରେ ରହିବ ବେଶୀ ପ୍ରଭାବ – ଆଇଏମ୍ଡି ଡିଜି
ମାତ୍ର ତାଜା ରିପୋର୍ଟ ଅନୁସାରେ, ପୁଲିସକୁ ସେହି ନମ୍ବରରୁ ଆଉ ଏକ ମେସେଜ୍ ମଧ୍ୟ ମିଳିଛି । ଯେଉଁଥିରେ ଧମକପୂର୍ଣ୍ଣ ମେସେଜ୍ ପାଇଁ କ୍ଷମା ମାଗି କହିଛନ୍ତି, ଏହା ଏକ ଭୁଲ୍ ଥିଲା । ରିପୋର୍ଟ ଅନୁଯାୟୀ ପୁଲିସ ନମ୍ବରଟିକୁ ଉତ୍ତରାଖଣ୍ଡରୁ ଟ୍ରେସ୍ କରିଛି ।
ଏଭଳି ଧମକ ପରେ ଓ ବଢାଯାଇଥିବା ସୁରକ୍ଷା ମଧ୍ୟରେ ମଧ୍ୟ ସଲମାନ୍ ନିଜ କାର୍ଯ୍ୟ ସୂଚୀକୁ ପ୍ରଭାବିତ ହେବାକୁ ଦେଇନଥିବା ଦେଖାଯାଇଛି । ଆଗକୁ ଆସିବାକୁ ଥିବା ଫିଲ୍ମ ସିକନ୍ଦରର ଶୁଟିଂ ମଧ୍ୟ କରିଛନ୍ତି । ଭାଇଜାନ୍ଙ୍କ ସୁରକ୍ଷା ପାଇଁ ଶୁଟିଂ ସେଟ୍ରେ ପ୍ରାୟ ୬୦ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ବିଗ୍ ବଶ୍ ଶୋ’ରେ ମଧ୍ୟ ସଲମାନ୍ ଦେଖାଯାଇଛନ୍ତି ।
Comments are closed.