ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ, ମେରିଟ ଲୋଗୋ ଉନ୍ମୋଚନ କଲେ ଜିଲ୍ଲାପାଳ

ଡେସ୍କ: ଶନିବାର ଓଏଏମପି ସ୍ଥିତ ଏସସିବି ଡିଏଭି ପ୍ଲବିକ୍ ସ୍କୁଲ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରୁ ୫୦୫ଟି ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସମେତ ୧୪ଟି ଆଦର୍ଶ ବିଦ୍ୟାଳୟର ଅଧକ୍ଷ ମାନେ ଯୋଗ ଦେଇଥିଲେ। ବିଶେଷକରି ସରକାରଙ୍କର ଶିକ୍ଷାନୀତି ଏବଂ ଶିକ୍ଷାନୁଷ୍ଠା ର ଭିତ୍ତିଭୂମି ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଉନ୍ନତ ମାନର ଶିକ୍ଷାଦାନ ଦିଆଯିବ ଏବଂ ପାଠ୍ୟକ୍ରମ ସମ୍ପର୍କରେ ବିଧିବଦ୍ଧ ଭାବରେ ଆଲୋଚନା ହୋଇଛି।


ଜିଲ୍ଲା ଶିକ୍ଷା ମଣ୍ଡଳର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ୍ ଶିନ୍ଧେ ସମ୍ମିଳନୀରେ ଅଧ୍ୟକ୍ଷତା କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଶୈଖିକ ବିକାଶ ନିମନ୍ତେ ପ୍ରତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜଣେ ଜଣେ ଛାତ୍ର ବା ଛାତ୍ରୀଙ୍କୁ ଅଧିଗ୍ରହଣ କରିବା ଏବଂ ସେମାନଙ୍କ ଶିକ୍ଷଣ ପ୍ରଗତିକୁ ସୁନିଶ୍ଚିତ କରିବା ପାଇଁ କଟକ ଜିଲ୍ଲାର ଅଭିନବ ଯୋଜନା ‘ମେରିଟ’ ଲୋଗୋ ଉନ୍ମୋଚନ କରି ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ବିଭିନ୍ନ ପରୀକ୍ଷା ସହିତ ଛାତ୍ର ଛାତ୍ରୀ ମାନେ ସଂପୃକ୍ତି ହୋଇପାରିବେ ସେ ସମ୍ବନ୍ଧରେ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ମାନକୁ ମାର୍ଗ ଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୋର୍ଡର ସହ ସମ୍ପାଦକ ଅନୁସ୍ମିତା ସ୍ଵାଇଁ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ଅଧକ୍ଷ ନିରଞ୍ଜନ ସାହୁ ଯୋଗ ଦେଇଥିଲେ।

Comments are closed.