www.samajalive.in
Monday, December 15, 2025
24.1 C
Bhubaneswar

ଦିଲ୍ଲୀରେ କରୋନା ରେକର୍ଡ ; ଗୋଟିଏ ଦିନରେ ୧୨୯୫ ସଂକ୍ରମିତ

ନୂଆଦିଲ୍ଲୀ : ରବିବାର ଦିନ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ରେକର୍ଡ ଭାଙ୍ଗଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ କରୋନା ସଂକ୍ରମତି ହୋଇଛନ୍ତି। ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ରେକର୍ଡ ହୋଇଥିବା ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୯୮୪୪କୁ ବୃଦ୍ଧି ହୋଇଛି। ରବିବାର ଦିନ ଦିଲ୍ଲୀରେ ୪୧୬ ଜଣଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮୪୭୮ ଲୋକ ସୁସ୍ଥ ହୋଇଛନ୍ତି।

କ୍ରମାଗତ ଭାବେ ଚତୁର୍ଥ ଦିନରେ ଦିଲ୍ଲୀରେ ଏକ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ହେଲଥ ବୁଲେଟିନ୍ ଅନୁଯାୟୀ, ରବିବାର ଦିନ କରୋନା ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। କରୋନାରେ ଏପର୍ଯ୍ୟନ୍ତ ଦିଲ୍ଲୀରେ ୪୭୩ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ୧୦୮୯୩ ମାମଲା ସକ୍ରିୟ ରହିଛି। ଗୋଟିଏ ଦିନରେ ଦିଲ୍ଲୀ ସରକାର ୨୦ଟି ନୂଆ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରି ୧୨୨ଟି ଅଞ୍ଚଳକୁ ସିଲ୍ କରିଛନ୍ତି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories