www.samajalive.in
Sunday, December 7, 2025
23.1 C
Bhubaneswar

ଆସନ୍ତାକାଲିଠାରୁ ଦେଶରେ ଗଡ଼ିବ ୨ଶହ ସ୍ବତନ୍ତ୍ର ଟ୍ରେନ୍, ପ୍ରଥମ ଦିନରେ ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଲକ୍ଡ଼ାଉନ ୫ମ ପର୍ଯ୍ୟାୟ ଆଜିଠାରୁ ଶେଷ ହେଉଛି । ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍-୧.୦ । ଏହି କ୍ରମରେ ଆସନ୍ତାକାଲିଠାରୁ ଦେଶରେ ୨୦୦ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ ଆରମ୍ଭ ହୋଇଛି ବ୍ୟବସ୍ଥା । ଏହି ଟ୍ରେନଗୁଡ଼ିକ ବିଭିନ୍ନ ରାଜ୍ୟରେ ଚଳାଚଳ କରିବ । ଏ ସମ୍ପର୍କରେ ରେଳବାଇ ରବିବାର ସୂଚନା ଦେଇଛି । ରବିବାର ରେଳବାଇ ସୂତ୍ରରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଟ୍ରେନଗୁଡ଼ିକରେ ଜୁନ୍ ୩୦ ତାରିଖ ମଧ୍ୟରେ ପ୍ରାୟ ୨୬ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ସେହିପରି କେବଳ ଆସନ୍ତାକାଲି ଅର୍ଥାତ୍ ୧ ଜୁନରେ ୧.୪୫ ଲକ୍ଷରୁ ଅଧିକ ଲୋକ ଟ୍ରେନରେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

- Advertisement -

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବାଇ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି ଏବଂ ଏ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରିଛି । ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି ବା ଆରଏସି ରହିଛି ସେମାନେ ଷ୍ଟେସନ ଭିତରେ ପ୍ରବେଶ କରି ପାରିବେ ଓ ଟ୍ରେନ ଯାତ୍ରା କରି ପାରିବେ । ଏଥିପାଇଁ ଯାତ୍ରୀମାନଙ୍କୁ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ । ଏହା ସହ ସମସ୍ତ ଯାତ୍ରୀଙ୍କର କରୋନା ସ୍କ୍ରିନିଂ ଅନିବାର୍ଯ୍ୟ ଓ ସେହି ଯାତ୍ରୀମାନଙ୍କୁ ଟ୍ରେନରେ ଯିବା ପାଇଁ ଅନୁମତି ମିଳିବ ଯେଉଁମାନଙ୍କର କରୋନା ସଂକ୍ରମଣର ଲକ୍ଷଣ ନ ଥିବ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories